କଳାହାଣ୍ଡି, ୦୨/୧୧ କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଚମ୍ପାଦେପୁର ପଞ୍ଚାୟତ ଅଧିନସ୍ଥ ଚନ୍ଦନପୁର ଗ୍ରାମରେ ଆଜି ଅପରାହ୍ନ ୦୧ ଘଣ୍ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି I ଚନ୍ଦନପୁର ଗ୍ରାମର ରାମ ମାଝୀ ଙ୍କ ପୁଅ ବିରଞ୍ଚି ମାଝୀ ୧୪ ବର୍ଷର ଛୋଟ ଛୁଆ ଜଣକ ଆଜି ଅପରାହ୍ନ ୦୧ ଘଣ୍ଟା ସମୟରେ ସେ ଗ୍ରାମର କିଛି ସାଙ୍ଗ ମାନଙ୍କ ସହିତ ପଥର କୁଆଁରୀକୁ ଗାଧୋଇ ବାକୁ ଯାଇଥିଲେ I ସେହି ସମୟରେ ପାଣି ମଧ୍ୟକୁ ଡେ଼ଇଁ ବା ସମୟରେ ସେ ବୁଡି ଯାଇଥିଲେ ସେହି କୁଆଁରୀରେ ଗଭୀର ୨୦ ଫୁଟରୁ ଅଧିକ ହେବ ପାଣି ଅଛି,ମୃତକ ବିରଞ୍ଚି ମାଝୀ ସାଥିରେ ଯାଇଥିବା ସାଙ୍ଗମାନେ ଦେଖିଲେ ସେ ଛୁଆଟି ବହୁତ ସମୟ ପର୍ଯ୍ୟନ୍ତ ବାହାରକୁ ନ ବାହାରିବାରୁ ତାର ସାଙ୍ଗ ପିଲାମାନେ ଚନ୍ଦନପୁର ଗ୍ରାମ ଭିତରକୁ ଦୌଡ଼ି ଆସି କହିଲେ ଓ ତାଙ୍କ ପରିବାର ଆଘରେ ସମସ୍ତ କଥା ବଖାଣିଲା ପରେ ସେହି ଗ୍ରାମର ଲୋକ ଓ ତାଙ୍କ ପରିବାର ଲୋକ ସମସ୍ତେ ମିଶି ପଥର କୁଆଁରୀ ପାଖକୁ ଦୌଡ଼ି ଯାଇଥିଲେ I ସେହି କୁଆଁରୀ ପାଖକୁ ଯାଇ କିଛି ଲୋକ ଗଭୀର ପାଣି ମଧ୍ୟକୁ ଡେ଼ଇଁ ପିଲାଟିକୁ ଖୋଜିଥିଲେ କିନ୍ତୁ ସେ ପିଲାଟିକୁ ପାଇନଥିଲେ I ତାପରେ ତାଙ୍କ ଗ୍ରାମର ଲୋକେ ଚମ୍ପାଦେପୁର ପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ମାଝୀ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ,ତୁରନ୍ତ ସରପଞ୍ଚ ସେହି ଘଟଣା ସ୍ଥଳରେ ଯାଇ ପହଞ୍ଚି ଯାଇଥିଲେ I ତାପରେ ସେ ତୁରନ୍ତ ଲାଞ୍ଜିଗଡ ଥାନାକୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ଏହି ଖବର ପାଇ ଲାଞ୍ଜିଗଡ ଥାନା ଆଇ.ଆଇ.ସି ଯଶବନ୍ତ ହିଆଲଙ୍କ ନିର୍ଦେଶ କ୍ରମେ ତୁରନ୍ତ ଥାନା ଏ.ଏସ.ଆଇ ବଳଭଦ୍ର ଗୌଡ଼,ଥାନର କିଛି କର୍ମଚାରୀ ଓ ଆଇ.ଆଇ.ଆର.ବି ବାହିନୀଙ୍କୁ ନେଇ ଘଟଣାସ୍ଥଳକୁ ଶ୍ରୀ ଗୌଡ଼ ବାହାରି ପଡ଼ିଥିଲେ I ସେହି ଘଟଣା ସ୍ଥଳରେ ତୁରନ୍ତ ଲାଞ୍ଜିଗଡ ପୋଲିସ ଓ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ପହଞ୍ଚି ଯାଇଥିଲେ I ଅଗ୍ନିଶମ ବିଭାଗ ପହଞ୍ଚି ତୁରନ୍ତ ଗଭୀର ପାଣିରେ ପଶିଥିଲେ ଏଲ.ଏଫ.ଏଫ ନରେଶ କୁମାର ଶବର, ଏଫ.ଏଫ.ଡି ଶ୍ରୀକାନ୍ତ ସାହୁ,ଏଫ.ଏଫ ଶରତ ଚନ୍ଦ୍ର ବେହେରା, ଏଫ.ଏଫ ମନୋଜ ଦାଣ୍ଡିଆ,ଏଫ.ଏଫ ପହଞ୍ଚି ଶବ ଟିକୁ ପୋଖରୀର ଗଭୀର ପାଣି ମଧ୍ୟରୁ ବହୁତ ସମୟ ଖୋଜା-ଖୋଜି କରି ୦୧ ଘଣ୍ଟା ୨୦ ମିନିଟ ସମୟ ପରେ ଅଗ୍ନିସମ ବିଭାଗ କର୍ମଚାରୀ ପାଣି ଭିତରେ ବୁଡି ଯାଇଥିବା ଛୁଆ ଟିକୁ ୦୩ ଘଣ୍ଟା ୫୪ ମିନିଟ ସମୟରେ ଉଦ୍ଧାର କରିଥିଲେ I ପରେ ଶ୍ରୀ ଗୌଡ଼ ଘଟଣା ସ୍ଥଳରେ ସମସ୍ତ କଥା ବୁଝି ୟୁ.ଡି କେଶ ନମ୍ବର ୦୫/୨୦୨୬ ଜାରିକାରୀ ତଦନ୍ତ କରି ଥିଲେ, ତାପରେ ବିଶ୍ୱନାଥପୁର ଡାକ୍ତରଖାନାକୁ ଫୋନ୍ କରି ସରକାରୀ ଆମ୍ବୁଲାଏନ୍ସ ମଗାଇ ଶବ ଟିକୁ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ସରକାରୀ ଡାକ୍ତରଖାନା କୁ ପଠାଇଥିଲେ I ସେହି ଗ୍ରାମର କିଛି ଲୋକ କହିବା କଥାଯେ ଏଇ ପଥର କୁଆଁରୀ ଲାଗି ଆମର ବୋହୁତ ଧନ ଜୀବନ କ୍ଷତି ହେଉଛି ତେଣୁକରି ଯଥାଶୀଘ୍ର ଏଇ କୁଆଁରୀରେ ମାଟି ଫୁଲ କରି ପୋତି ଦିଆଯାଉ ବୋଲି ଦାବୀ କରିଥିଲେ I ଭାଗ୍ୟ ବଶତଃ ଆଜି ଶବର ବ୍ୟବଚ୍ଛେଦ ହେଇ ପାରିବ ନାହିଁ ସନ୍ଧ୍ୟା ହେଇଯାଇଛି କାଲି ସକାଳେ ଶବ ବ୍ୟବଚ୍ଛେଦ ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆମ ଆଘରେ ଶ୍ରୀ ଗୌଡ଼ ପ୍ରକାଶ କରିଛନ୍ତି I
ଲାଞ୍ଜିଗଡ ବ୍ଳକର ଚନ୍ଦନପୁର ଗ୍ରାମର ପଥର କୁଆଁରୀ ପାଣିରେ ବୁଡି ଗୋଟେ ଛୋଟ ଛୁଆର ମୃତ୍ୟୁ





