ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବକେୟା ଦୋକାନ ଭଡ଼ା ଆଦାୟ ଅଭିଯାନ ଜାରି ରହିଛି l ୧୦ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୧୭ଏପ୍ରିଲ ସନ୍ଧ୍ୟା ସୁଦ୍ଧା ସମୁଦାୟ ୧୪୩ଟି ଦୋକାନରୁ ଟ ୨୭,୨୫,୪୫୦(ସତେଇଶି ଲକ୍ଷ ପଚିଶ ହଜାର ଚାରିଶହ ପଚାଶ ଟଙ୍କା ମାତ୍ର ) ଆଦାୟ ହୋଇଛି l ଏଥିରେ ଅଫଲାଇନ ଆଦାୟ ଟ ୨୦, ୬୧, ୮୫୪ଙ୍କା ଓ ଅନଲାଇନ ଆଦାୟ ଟ ୬, ୬୩, ୫୯୬ଙ୍କା ରହିଛି l ସେହିପରି ବିଭିନ୍ନ ଅଞ୍ଚଳରେ ଥିବା ୧୨୫ଟି ଦୋକାନ ଏବଂ ବିଭିନ୍ନ ଭେଣ୍ଡିଂ ଜୋନର ୧୮ଟି ଦୋକାନରୁ ଏହି ବକେୟା ଭଡ଼ା ଆଦାୟ ହୋଇଛି l ସିଟି ହସ୍ପିଟାଲ ରୋଡ଼ର ୩ଟି, ପି ମାର୍କେଟର ଗୋଟିଏ, କାମ୍ପ ସାହିର ୫ଟି ଏବଂ ଟାଉନ ହଲ ରୋଡ଼ର ଦୁଇଟି ଦୋକାନ ସିଲ କରାଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ବକେୟା ଭଡ଼ା ପୈଠ ପରେ ସିଟି ହସ୍ପିଟାଲ ରୋଡ଼ର ଗୋଟିଏ, ପି ମାର୍କେଟର ଗୋଟିଏ ଏବଂ କାମ୍ପ ସାହିର ଦୁଇଟି ଦୋକାନକୁ ଖୋଲି ଦିଆଯାଇଛି l ଏହି ଅଭିଯାନ ଜାରି ରହିବ ଏବଂ ଅର୍ଥ ଷ୍ଟାଣ୍ଡିଙ୍ଗ କମିଟିର ସାନି ନିଷ୍ପତ୍ତି ପ୍ରକାରେ ଦୋକାନ ସିଲ କରିବା ପରେ ମଧ୍ୟ ଭଡ଼ା ଦେଉନଥିବା ଲୋକଙ୍କ ସହ ଚୁକ୍ତି ବାତିଲ ପଦକ୍ଷେପ ତୁରନ୍ତ ନିଆଯିବ ବୋଲି କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ ସ୍ପଷ୍ଟ କରିଛନ୍ତି l୧୦ଏପ୍ରିଲରୁ ୨୪ଏପ୍ରିଲ ପନ୍ଦର ଦିନ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଷ୍ଟଲ ଭଡ଼ା ବାବଦ ସମୁଦାୟ ଟ ୫୦,୦୦,୮୬୮ (ପଚାଶ ଲକ୍ଷ ଆଠ ଶହ ଅଠାଅଶି ଟଙ୍କା)ମାତ୍ର ଆଦାୟ ହୋଇଛି l
ସପ୍ତାହରେ ୨୭ଲକ୍ଷ ବକେୟା ଭଡ଼ା ଆଦାୟ, ୧୧ଦୋକାନ ସିଲ ଆଗକୁ ବାତିଲ ହେବ ଚୁକ୍ତି





