ଶ୍ରୀଜଗନ୍ନାଥ ମନ୍ଦିରରେ ‘ଭକ୍ତ ଓ ଭଗବାନ – ଭାଗ ୨’ ପୁସ୍ତକ ଲୋକାର୍ପିତ

Pradeep Kar

ଭୁବନେଶ୍ୱର, ୨୩. ୬. ୨୦୨୬ : ହାଇଦ୍ରାବାଦର ଠାରେ ବଂଜାରାହିଲସରେ କଳିଙ୍ଗ କଲଚୁରାଲ ଟ୍ରଷ୍ଟର ଶ୍ରୀଜଗନ୍ନାଥ ମନ୍ଦିରରେ ‘ଭକ୍ତ ଓ ଭଗବାନ – ଭାଗ ୨’ ପୁସ୍ତକ ଲୋକାର୍ପିତ ହୋଇଯାଇଛ ମନ୍ଦିର ପରିସରରେ ଆୟୋଜିତ ସତସଙ୍ଗ ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ସଦସ୍ୟ ଡ଼ ନାରାୟଣ ମହାପାତ୍ର ସୁରେଶ କୁମାର ମିଶ୍ର ତ୍ରିଲୋଚନ ନାୟକ ଭାରତୀ ଭୂଷଣ ପଟ୍ଟନାୟକ ବିଜୟ ମୋହନ ପଣ୍ଡା ଶ୍ରୀନିବାସ ରାଓ ଅକ୍ଷୟ ସାହୁଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ସହସ୍ର ନାମ ପରାୟଣ କରାଯାଇ ଥିଲା । ପଣ୍ଡିତ କାଶୀନାଥ ମିଶ୍ରଙ୍କ ଦ୍ୱାରା ଆୟୋଜିତ ଜଗନ୍ନାଥ ସତସଙ୍ଗ ଅବସରରେ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଗତ ଦିନରେ ଆମେ ମାନେ ଗୋଡ଼ ହାଥ ଧୋଇ ପ୍ରାର୍ଥନା କରି ଭଗବାନ ଙ୍କୁ ସବୁ ଜଣାଉଥିଲୁ, ଆଜି ମନୁଷ୍ୟ ଦିଗ ହରା ହୋଇ ଯାଇଛି..ପୁଣି ସେଇ ପ୍ରାର୍ଥନା କୁ ସମସ୍ତେ ପଠନ କରିବା ପାଇଁ ଆମର ଆହ୍ୱାନ,ପ୍ରବକ୍ତା ମହୋଦୟ ଭବିଷ୍ୟ ମାଳିକା ଓ କଳ୍କୀ ଭଗବାନ ବିଷୟରେ ତାଙ୍କ ଆଶ୍ରିବଚନ ପ୍ରଦାନ କରି ଥିଲେ ଆଜି ର କାର୍ଯ୍ୟକ୍ରମ ରେ ମନ୍ଦିର ସଭାପତି ଡ. ବି. ଭୀ ପୁରୋହିତ, ସମ୍ପାଦକ ରବୀନ୍ଦ୍ର ନାଥ ଗିରି ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ସଭାପତି ଡ଼. ନାରାୟଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ । ଏହି ଉତ୍ସବରେ ବିଶିଷ୍ଟ ଭଜନ ଗାୟିକା ଗୀତା ଦାସ ପ୍ରଦ୍ୟୁମ୍ନ ମହାନ୍ତି, ଶରତ ସାହୁ, ଦୁଷ୍ମନ୍ତ ସାହୁ, ସାଗର ନାୟକ, ମୁରଲୀ ଧର ମଲ୍ଲିକ, ନରୋତ୍ତମ ବିଶୋଇ ଓ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ଏହି ଗରିମାମୟ ମୁହୂର୍ତ୍ତରେ ଶ୍ରୀ​ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ଏହା ଏକ ସ୍ୱତନ୍ତ୍ର ପ୍ରୟାସ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଜୟମୋହନ ପଣ୍ଡା l

Also Read

Tags