ସିଲ୍କ ସିଟି ଏମଜିଏଫ ୱାକେରସ କ୍ଲବ ଓ ଇଣ୍ଟରନ୍ୟାସନାଲ କ୍ଲବ ର ଚାଳିଶ ବର୍ଷ ପୂର୍ତ୍ତି ପାଳନ

Pradeep Kar

ବ୍ରହ୍ମପୂର୍ ୨୬/୬ବର୍ତମ।ନ୍ ସମାଜ ରେ ପାରିବାରିକ ସମ୍ପର୍କ ରେ ଯେପରି ଅବକ୍ଷୟ ଘଟୁଛି, ତାହା ମଣିଷ ସମାଜ ର ଭବିଷ୍ୟତ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ । ବିଶେଷ କରି ପିଲାମାନେ ସ୍ୱାଧୀନ ଭାବେ ଓ ପରିବାର ଠାରୁ ଦୂରରେ ରହିବା ମନୋଭାବ ଯୋଗୁଁ ପିତା ମାତା ମାନକ ସେଶ ଜୀବନ କଷ୍ଟ କର ହୋଇପଡୁଛି। ପରିଣିତ ବୟସ ରେ ଜରା ନିବାସ ବା ଅସହାୟ ରେ ଜୀବନ କାଟିବାକୁ ପଡୁଛି। ଏଣୁ ପିଲା ମାନଙ୍କୁ ଉଚ୍ଚଶିକ୍ଷା ଦେବା ସହ, ମାଟି ମା ମାତୃଭାଷା କୁ ଭଲ ପାଇବା ସଂସ୍କାର ଦେବା ଆବଶ୍ୟକ । ପିତା ମାତା ମାନେ ଚଳନ୍ତି ଠାକୁର, ସେମାନଙ୍କ ସେବା ଓ ସମ୍ମାନ ଆମର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ଗତକାଲି ପାର୍କ ସାହି ସ୍ଥିତ କାମଥ ହୋଟେଲ ସମ୍ମିଳନି ପ୍ରୋକୋଷ୍ଟ ରେ ସିଲ୍କ ସିଟି ଏମଜିଏଫ ୱାକେରସ କ୍ଲବ ର ତୃତୀୟ ଚାର୍ଟଏଡ୍ ନାଇଟ୍ ଓ ଇଣ୍ଟରନ୍ୟାସନାଲ କ୍ଲବ ର ଚାଳିଶ ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ତଥା ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ଆହ୍ୱାନ କରିଥିଲେ। କ୍ଲବ ସଭାନେତ୍ରୀ ଶ୍ରୀମତୀ ଯ।ଜ୍ଞସେନୀ ଦେବୀ ସଭାପତିତ୍ୱ କରିବା ସହ ଅତିଥି, ସଦସ୍ୟ ସଦସ୍ୟା ଓ ଗଣମାଧ୍ୟମ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କ୍ଲବ ତରଫରୁ ଅଧିକ ଜନ ହିତକର କାର୍ଯ୍ୟ ହାତକୁ ନିଆ ଯିବ ବୋଲି ସେ ସୂଚନା ଦେଇଥିଲେ। ଅନ୍ୟତମ ଅତିଥି ଭାବେ କ୍ଲବ୍ ଗଭର୍ଣ୍ଣର ଶ୍ରୀ ରାଜ କିଶୋର ସ୍ୱାଇଁ ଓ ପୂର୍ବତନ ଗଭର୍ଣ୍ଣର ଶ୍ରୀ ସୀମାଞ୍ଚଳ ପାଣିଗ୍ରାହୀ ଯୋଗଦେଇ କ୍ଲବ୍ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ପାଦିକା ଶ୍ରୀମତୀ ଉଷା ରାଣି ସମ୍ପାଦକିୟ ବିବରଣି ପାଠ କରିଥିବା ବେଳେ କୋଷାଧକ୍ଷ ଶ୍ରୀ ଦଣ୍ଡପାଣି ପାତ୍ର, ସହ ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ଚିନାରି,ପୂର୍ବତନ ସଭାପତି କେ ପୁଣ୍ଡରିଖା, ଏଲ୍ ଅନୁରାଧା, ବାଣୀଶ୍ରୀ, କ୍ଷଣପ୍ରଭା ପାଣିଗ୍ରାହୀ, ସରୋଜ ଗୁପ୍ତା ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ସୀମାଞ୍ଚଳ ପାଣିଗ୍ରାହୀ ଙ୍କ ଜନ୍ମ ଦିନ ପାଳନ କରାଯାଇଥିବା ବେଳେ ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ସାମ୍ବାଦିକ ଶ୍ରୀ ସୁଦୀପ ସାହୁ ଙ୍କ ଗୀତ ସମସ୍ତ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Also Read

Tags