ମଞ୍ଚେଷ୍ଟର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଆଜି ହୋଇଛି। ଉଭୟ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ଇଂଲଣ୍ଡର ମଞ୍ଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫେଡରେ ହୋଇଛି। ଏହି ମୁକାବିଲାରେ ଭାରତୀୟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ସବୁଠାରୁ ବଡ଼ କଥା ହେଲା ଯେ, ଏହି ମୁକାବିଲା ମାଧ୍ୟମରେ ଏକ ପ୍ରତୀକ୍ଷାର ଅନ୍ତ ଘଟିଛି। ୧୫ ବର୍ଷୀୟ ବାଳକ ବୈଭବ ସୂର୍ଯ୍ୟବଂଶୀ ନିଜର ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି। ତିଳକ ବର୍ମାଙ୍କ ହାତରୁ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଡେବ୍ୟୁ କ୍ୟାପ୍ ଗ୍ରହଣ କରିଛନ୍ତି। ବୈଭବଙ୍କୁ ସଂଜୁ ସାମସନଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି।
ପ୍ରତୀକ୍ଷାର ଅନ୍ତ; ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କଲେ ବୈଭବ ସୂର୍ଯ୍ୟବଂଶୀ





