ଆନ୍ତର୍ଜାତୀୟ ଗଳ୍ପ ଖସଡ଼ା କାର୍ଯ୍ୟକ୍ରମ । ଗୁଗୁଲ ମିଟ ମାଧ୍ୟମରେ ତ୍ରିଧାରା ସାହିତ୍ୟ ସଂସଦ

Pradeep Kar

ବ୍ରହ୍ମପୁର, ଗଞ୍ଜାମ ପକ୍ଷରୁ ଆୟୋଜିତ ମାସିକ ତ୍ରିଧାରା ଗଳ୍ପ ଖସଡ଼ା କାର୍ଯ୍ୟକ୍ରମରେ ଡକ୍ଟର ଅଶୋକ କୁମାର ପଣ୍ଡା, ସଭାପତି। ବିଘ୍ନେଶ୍ୱର ସାହୁ, ବରିଷ୍ଠ ସାମ୍ବାଦିକ ତଥା ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ ବିଘ୍ନେଶ୍ୱର ସାହୁ ମଞ୍ଚ ସଞ୍ଚାଳନା କରିଥିଲେ। ସଂସଦ ର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ସଂସଦର ସହ ସମ୍ପାଦିକା ଶ୍ରୀମତି ଗାୟତ୍ରୀ ପାଣିଗ୍ରାହୀ, ସମୀକ୍ଷକ ଭାବେ କାର୍ଯ୍ୟକ୍ରମ ରେ ଯୋଗ ଦାନ କରି ନିଜ ନିଜର ଦାୟିତ୍ଵ ନିର୍ବାହ କରିବାର ଗଳ୍ପ ସମ୍ପର୍କରେ ଅନେକ ଗାଳ୍ପିକ ଙ୍କ ଗଳ୍ପ ସମ୍ପର୍କରେ ସୂଚନା ଦେବାସହ ଆଭାସୀ ଗଳ୍ପ ଓ ଅଣୁ ଗଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ଗଳ୍ପ ଜୀବନ ଉପରେ ଆଧାରିତ ଓ ସମାଜ ଉପରେ ପ୍ରଭାବିତ ହୋଇଥିଲେ ସେହି ଗାଳ୍ପିକ ଓ ଚରିତ୍ର ଅମରତ୍ୱ ଲାଭ କରିଥାଏ। ତ୍ରିଧାରା ସାହିତ୍ୟ ସଂସଦ ର ଏହି ଗଳ୍ପ ଖସଡ଼ା କାର୍ଯ୍ୟକ୍ରମ ୨୧ତମ ଥିବାବେଳେ ମୋଟ ଆସର ୧୨୩ ତମ ଓ ୨୧ ତମ ଗଳ୍ପ ଖସଡ଼ା କାର୍ଯ୍ୟକ୍ରମ ରେ ଅଦ୍ୟାବଧି ୬୭ ଜଣ ଗାଳ୍ପିକ ଗାଳ୍ପିକା ଜାତିୟ ଓ ଆନ୍ତର୍ଜାତିକ ସ୍ତରରେ ଯୋଗ ଦେଇ ନିଜ ନିଜର ଗଳ୍ପ ପଠନ କରିଥିବା କଥା ସମ୍ପାଦକ ନିଜସ୍ବ ସମ୍ଭାଷଣ ରେ କହିଥିଲେ। ମୋଟ ୧୪ ଟି ଗଳ୍ପ ଆସିଥିଲା ସେଥିମଧ୍ୟରୁ ୯ଟି ଗଳ୍ପ ପଠିତ ହେବା ସହ ସମୀକ୍ଷକ ଶ୍ରୀମତୀ ଗାୟତ୍ରୀ ପାଣିଗ୍ରାହୀ ଅତି ସୁନ୍ଦର ଭାବରେ ସମୀକ୍ଷା କରଥିଲେ।ଏଥିରେ ନମିତା ମିଶ୍ର, ଲୀଳାବତୀ ମହାପାତ୍ର,ନିବେଦିତା ରଥ, ହରପ୍ରିୟା ସାମଲ, ଶ୍ରୀ ମତୀ ବସନ୍ତ ମିଶ୍ର, ଭବାନୀ ଶଙ୍କର ପଟ୍ଟନାୟକ,ଗାୟତ୍ରୀ ରଥ ଷଡ଼ଙ୍ଗୀ, ହରପ୍ରିୟା ସାହୁ,କମ୍ବୁଧର ସୁନା ଗଳ୍ପ ପଠନ କରିଥିଲେ।

Also Read

Tags