ବ୍ରହ୍ମପୁରର ତା 26 .08 .2026 ରେ ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷ୍ୟରୁ 41ତମ ଜାତୀୟ ଚକ୍ଷୁଦାନ ଦିବସ ପାଳନର ଦ୍ଵିତୀୟ ଦିବସରେ ଏକ ସଚେତନତା ପଦଯାତ୍ରା ଓ ପଥପ୍ରାନ୍ତ ସଭା ସ୍ଥାନୀୟ ଡୁଡୁମା ବସ୍ ଷ୍ଟାଣ୍ଡ ଠାରେ କରାଯାଇଛି I ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଲବର ସଭ୍ୟ କେ.ନାନ୍ଦେଶୁ ସେନାପତି, ବକ୍ତବ୍ୟ ରଖି କହିଥିଲେ ଯେ ଭାରତରେ କରିନିଆ ଜନିତ ସମ୍ପୂର୍ଣ୍ଣ ବା ଆଂଶିକ ଦୃଷ୍ଟି ହରାଇ ଥିବା ବ୍ୟକ୍ତି ପ୍ରାୟ 30 ଲକ୍ଷ୍ୟ ଅଛନ୍ତି I ଏମାନଙ୍କୁ ଦୃଷ୍ଟି ଶକ୍ତି ଯୋଗାଇବାର ଏକମାତ୍ର ପନ୍ଥା ଅନ୍ୟ ମୃତବ୍ୟକ୍ତି ଠାରୁ ସଂଗ୍ରହ କରାଯାଇ ଥିବା କରିନିଆ ପ୍ରତିରୋପଣ ଫଳରେ ଏହା ସମ୍ଭବ ହୋଇଥାଏ I ଭାରତରେ 2025 ମସିହାରେ କେବଳ 53797 କରିନିଆ ସଂଗ୍ରହ କରାଯାଇଥିଲା I ଏହାକୁ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଏହି ପକ୍ଷ ପାଳନ କରାଯାଇ ସଚେତନତା କହିଥିଲେ I ଯେଉଁ ବ୍ୟକ୍ତି ମୃତ୍ୟୁ ପରେ ଚକ୍ଷୁ ଦାନ କରିବା ପାଇଁ ଇଚ୍ଛୁକ, ତାଙ୍କ ଦାୟାଦ ବା ବନ୍ଧୁବାନ୍ଧବ ପ୍ରଥମେ ମୃତ ବ୍ୟକ୍ତିଙ୍କ ମୁଣ୍ଡକୁ ତକିଆ ଦେଇ ରଖିବେ ଓ ଆଖିରେ ଓଦା ତୁଳା ବା କନାଦେଇ ଘୋଡାଇ ରଖି ଘରର ସମସ୍ତ ପଙ୍ଖା ବନ୍ଦ କରିବେ I ପରେ ଚକ୍ଷୁ ବିଭାଗକୁ କିମ୍ବା ଆମ କ୍ଲବ ଜଣାଇଲେ ଚକ୍ଷୁ ବିଶେଷଜ୍ଞ ଘରକୁ ପହଂଚି ଚକ୍ଷୁ (କରିନିଆ) ବା ଆଖି ଉପରେ ଥିବା ସ୍ଵଚ୍ଛପରଳ ସଂଗ୍ରହ କରିବେ I ଏଠାରେ ମନେରଖିବାକୁ ପଡିବ ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ଏହା ହେବାକୁ ପଡିବ I ବ୍ରହ୍ମପୁର ଚକ୍ଷୁ ବ୍ୟାଙ୍କ୍ ଦ୍ଵାରା ଗତ ପାଞ୍ଚ ବର୍ଷରେ 168 ଟି କରିନିଆ ସଂଗ୍ରହ ହୋଇଥିବା ବେଳେ 108 ଜଣଙ୍କ ମଧ୍ୟରେ ପ୍ରତି ରୋପଣ କରାଯାଇ ପାରିଛି ଏହି ସ୍ଵଚ୍ଛ ପରଳ ଦୁଇଟିକୁ ନେଇ ଚକ୍ଷୁ ବ୍ୟାଙ୍କରେ ରଖାଯାଏ ଓ କରନିଆ ଯୋଗୁଁ ହୋଇଥିବା ଅନ୍ଧ ବ୍ୟକ୍ତିଙ୍କ ଠାରେ ପ୍ରତି ରୋପଣ କରାଯାଏ ଓ ବ୍ୟକ୍ତିଟି ଦୃଷ୍ଟିପାଇ ଏହି ପୃଥିବୀର ଆଲୋକ ଦେଖିପାରିବେ I ଚକ୍ଷୁ ବ୍ୟାଙ୍କ୍ ଦ୍ଵାରା ଗତ ପାଞ୍ଚ ବର୍ଷରେ 168 ଟି କରିନିଆ ସଂଗ୍ରହ ହୋଇଥିବା ବେଳେ 108 ଜଣଙ୍କ ମଧ୍ୟରେ ପ୍ରତି ରୋପଣ କରାଯାଇ ପାରିଛି ଓ ସେମାନେ ଦୃଷ୍ଟିଶକ୍ତି ପାଇ ସାଧାରଣ ଜୀବନ ଯାପନ କରୁଛନ୍ତି I ଜନ ସାଧାରଣ ଆଗକୁ ଆସି ମୃତ ଶରିରକୁ ପୋତି ବା ପୋଡିବା ପୂର୍ବରୁ ଚକ୍ଷୁ ଦାନ କରିବା ପରେ ସମସ୍ତ ଅନ୍ତେଷ୍ଟି କ୍ରିୟା କରିପାରିବେବୋଲି ଅନ୍ୟତମ ବକ୍ତା କେ. ନାଗେଶ୍ଵର ରାଓ ବକ୍ତବ୍ୟ ରଖିଥିଲେ I ଫ୍ରେଣ୍ଡସ୍ ହେଲପିଙ୍ଗ୍ କ୍ଲବର ସଭାପତି ଅନିଲ କୁମାର ଚୌଧୁରୀ, ସମ୍ପାଦକ ପି.କିରଣ କୁମାର, ପୂର୍ବତନ ସଭାପତି କେ.ପୁରୁଷୋତ୍ତମ ସୁବୁଦ୍ଧି, ସତ୍ୟକାମ ପାତ୍ର, ବି. ଲକ୍ଷ୍ମୀନାରାୟଣ ପାତ୍ର, କାର୍ଯ୍ୟକ୍ରମର ଅଧ୍ୟକ୍ଷ.ଶ୍ରୀନିବାସ ରାଓ, ଜାମ୍ମୁଲା ସୁରେଶ, ଜି. ମାଲେଶ୍ଵର ଗୁପ୍ତା, ଭି.ଭି. ରାଜୁ, ଏସ୍. ଶ୍ୟାମ ସୁନ୍ଦର ରାଓ , ହରେ କୃଷ୍ଣ ପାଣିଗ୍ରାହୀ ଓ ବହୁ ସଭ୍ୟ ଯୋଗଦେଇ ପ୍ରଚାର ପତ୍ର ବଣ୍ଟନ କରିଥିଲେ I
ଫ୍ରେଣ୍ଡସ୍ ହେଲପିଙ୍ଗ କ୍ଲବ ପକ୍ଷ୍ୟରୁ ଜାତୀୟ ଚକ୍ଷୁଦାନ ଦିବସ ପାଳନ





