ୟୁଏଇ, ଓଡ଼ିଶା ସରକାର ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ, ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହେବ । IHCର ବ୍ୟବସାୟିକ ୟୁନିଟ୍ ଓ ଗ୍ରୁପ୍ କମ୍ପାନୀଗୁଡ଼ିକ ସହ ରାଉଣ୍ଡଟେବୁଲ୍ ଆଲୋଚନାମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶା ପ୍ରତିନିଧିମଣ୍ଡଳୀ ‘ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC)’ର ବିଭିନ୍ନ ବ୍ୟବସାୟିକ ୟୁନିଟ୍ ଓ ଗ୍ରୁପ୍ କମ୍ପାନୀ ସହ ଆଲୋଚନା କରିବେ । ଓଡ଼ିଶାରେ ନିବେଶର ସୁଯୋଗ ଏବଂ ଶିଳ୍ପ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଆଲୋଚନା ହେବ। ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG) ସହ ବୈଠକ ମୁଖ୍ୟମନ୍ତ୍ରୀ ଆବୁଧାବିସ୍ଥିତ ‘ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG)’ ର ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ଭାରତ-ୟୁଏଇ ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାର ନିବେଶ ସମ୍ଭାବନାକୁ ଉପସ୍ଥାପନ କରାଯିବ । ବୋରୋଜ୍ର CEO ଶ୍ରୀ ହାଜିମ୍ ସୁଲତାନ୍ ଅଲ୍ ସୁୱାଇଦିଙ୍କ ସହ ବୈଠକବୋରୋଜ୍ର CEO ଶ୍ରୀ ହାଜିମ୍ ସୁଲତାନ୍ ଅଲ୍ ସୁୱାଇଦିଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ହେବ । ପେଟ୍ରୋକେମିକାଲ୍ କ୍ଷେତ୍ରରେ ଓଡ଼ିଶାରେ ନିବେଶ ଓ ସହଭାଗିତାର ସୁଯୋଗ ଉପରେ ଆଲୋଚନା କରାଯିବ । ୟୁଏଇର ନିବେଶକାରୀ ସଂସ୍ଥାଗୁଡ଼ିକ ସହ ଆଲୋଚନାଓଡ଼ିଶା ପ୍ରତିନିଧିମଣ୍ଡଳୀ ୟୁଏଇର ପ୍ରମୁଖ ନିବେଶକାରୀ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିବେ । ଓଡ଼ିଶାର ଶିଳ୍ପ କ୍ଷମତା, ଉଦୀୟମାନ କ୍ଷେତ୍ର ଏବଂ ନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଯିବ । ଦୁବାଇରେ ଓଡ଼ିଶାର ODOP ଉତ୍ପାଦ ପ୍ରଦର୍ଶନୀର ଉଦ୍ଘାଟନ ଦୁବାଇରେ ଓଡ଼ିଶାର ‘ଏକ ଜିଲ୍ଲା, ଏକ ଉତ୍ପାଦ’ (ODOP) ଅଧୀନରେ ଥିବା ଉତ୍ପାଦଗୁଡ଼ିକର ପ୍ରଦର୍ଶନୀ ଉଦ୍ଘାଟିତ ହେବ। ଏହା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଉତ୍ପାଦ, ହସ୍ତଶିଳ୍ପ ଏବଂ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଉତ୍ପାଦକୁ ୟୁଏଇ ବଜାରରେ ପ୍ରଦର୍ଶନ କରାଯିବ ।• ଦୁବାଇସ୍ଥିତ ଭାରତୀୟ କନସୁଲ୍ ଜେନେରାଲ୍ଙ୍କ ସହ ବୈଠକମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ପ୍ରତିନିଧିମଣ୍ଡଳୀ ଦୁବାଇସ୍ଥିତ ଭାରତୀୟ କନସଲ୍ ଜେନେରାଲ୍ ସହ ବୈଠକ କରିବେ । ଓଡ଼ିଶା- ୟୁଏଇ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ପ୍ରତିଷ୍ଠାନଗତ ଓ ସମୁଦାୟ ସ୍ତରୀୟ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା ହେବ ।
୯ ସେପ୍ଟେମ୍ବର – ପ୍ରଥମ ଦିନର ମୁଖ୍ୟ କାର୍ଯ୍ୟକ୍ରମଓଡ଼ିଶା ନିବେଶକ ସମ୍ମିଳନୀ





