ଦିଲ୍ଲୀ, ନିଟ ସମେତ ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଓ ବ୍ୟାପକ ଦୁର୍ନୀତି ବିରୋଧରେ ଦିଲ୍ଲୀ ର ଯନ୍ତର ମନ୍ତରରେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ 22 ଦିନ ଧରି ଆନ୍ଦୋଳନ ଚାଲିଛି। ସୋନମ ବାଙ୍ଗ ଚୁକ ସମେତ ଅନେକ ଛାତ୍ର ସଂଗଠନର ନେତୃବୃନ୍ଦ ଅନଶନରେ ବସିଛନ୍ତି।ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।ତେଣୁ ଗତ 20 ତାରିଖ ଦିନ ଆନ୍ଦୋଳନ କାରୀ ଶାନ୍ତିପୂର୍ଣ୍ଣ ଭାବେ ପାର୍ଲାମେଣ୍ଟ ଅଭିଯାନ ସଂଗଠିତ କରିଥିଲେ। କେନ୍ଦ୍ର ସରକାର ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ଦିଲ୍ଲୀ ପୋଲିସ ଓ ସରକାରୀ ଗୁଣ୍ଡା ମାନଙ୍କ ଦ୍ୱାରା ଯେଉଁଭଳି ବର୍ବିରୋ ଚିତ ଆକ୍ରମଣ କଲେ, ତାହାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ।ସମଗ୍ର ବିଶ୍ୱରେ ଏହାକୁ ନିନ୍ଦା କରାଯାଇଛି।ମୋଦି ସରକାରଙ୍କ ଏହି ବର୍ବରଚିତ ଆକ୍ରମଣକୁ ସିପିଏମ, ସିପିଆଇ, ଓ ଆପ ପକ୍ଷରୁ ନିନ୍ଦା କରାଯାଇଛି।ସରକାର ଅତିଶୀଘ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ଛାତ୍ର ଉପରେ ଆକ୍ରମଣ କାରୀଙ୍କୁ ଦଣ୍ଡବିଧାନ ଓ ଶିକ୍ଷା ସଂସ୍କାର ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।ଆଜି 3 ଦଳ ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଠାରେ ଆୟୋଜିତ ପ୍ରତିବାଦ ସଭାରେ ସିପିଏମର ଯୁଧିଷ୍ଠିର ବେହେରା, ସିପିଆଇର ନୀଳକଣ୍ଠ ଦାସ, ଆପର ଆଦିତ୍ୟ ରଥ ଅବସର ପ୍ରାପ୍ତ କର୍ମଚାରୀ ନେତା ନନ୍ଦେସୁ ସେନାପତି,ଲୋକ ନାଥ ଖୁଣ୍ଟିଆ, ହିମାଂଶୁ ସାହୁ,କାମଦେବ ନାହାକ, ଗୋପାଳ ପାଣିଗ୍ରାହୀ,ଗୋକୁଳ ତ୍ରିପାଠୀ, ରାଜା ରାଓ, ସୁବାସ ରାଉତ,ପ୍ରଫୁଲ୍ଲ ଜେନା ପ୍ରମୁଖ ନେତ୍ତୃତ୍ୱ ନେଇଥିଲେ।
ଯନ୍ତର ମନ୍ତରର ଛାତ୍ର ଆନ୍ଦୋଳନ ଉପରେ ପୋଲିସର ବର୍ବର ଆକ୍ରମଣକୁ ନିନ୍ଦା





