ବ୍ରହ୍ମପୁର, ତାରିଖ ୭-୮–୨0୨୬ ଦିନ ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ରେ ଜାତୀୟ ହସ୍ତତନ୍ତ ଦିବସ ମହା ସମାରୋହ ରେ ପଳିତ ହୋଇଯାଇଛି। କୁଳପତି ପ୍ରଫେସର ଅସୀମା ସାହୁ ଙ୍କ ପ୍ରେରଣା ରେ ଏହି ଉପଲକ୍ଷେ ବିଶ୍ୱ ବିଦ୍ୟାଳୟ ପରିସର ରେ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ବମକେଇ ସୂ ତା ଓ ପାଟ ଶା ଢ଼ୀ ର ଏହି ପ୍ରଦର୍ଶନୀ ରେ ପଦ୍ମନାଭପୁର ର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ ଶ୍ରୀ ୟୁ. ନୀଳକଣ୍ଠ ନିଜର ବୁଣା ବସ୍ତ୍ର ନେଇ ଆସିଥିଲେ। ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ର ଛାତ୍ରୀ ଅତ୍ୟନ୍ତ ଆଗ୍ରହର ସହ ପ୍ରଦର୍ଶନୀ ବୁଲି ଦେଖିଥିଲେ ଏବଂ ନିଜର ପସନ୍ଦ ର ବସ୍ତ୍ର କ୍ରୟ କରିଥିଲେ। ନୃତତ୍ତ୍ୱ ବିଭାଗ ର ଅଧ୍ୟାପିକା ଡ. ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ଓଡିଶା ର ପାରମ୍ପରିକ ବୟନ ଶିଳ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। କୁଳପତି ପ୍ରଫେସର ସାହୁ ଙ୍କ ପୌରୋହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ନାତକୋ ତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟନାୟକ, କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର ତଥା ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏପରି କାର୍ଯ୍ୟକ୍ରମ ଦ୍ୱାରା ଗଞ୍ଜାମ ର ହସ୍ତତନ୍ତ ବସ୍ତ୍ର ର ପ୍ରଚାର ଓ ପ୍ରସାର ସମ୍ଭବ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା।
ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ





