ଏମଏମଡିଆର ବିଲକୁ ନେଇ ବିଜେଡିର ଅସ୍ପଷ୍ଟ ଆଭିମୁଖ୍ୟ, ବିଜେପିର ସାଂସଦଙ୍କୁ ଟାର୍ଗେଟ୍, ମୋଦୀ ଓ ଶାହାଙ୍କ କ୍ଷେତ୍ରରେ ଚୁପ୍

Pradeep Kar

ରାଜ୍ୟ ବିଜେପି ଓ ମୋହନ ସରକାରଙ୍କ ପ୍ରତି ନବୀନ ପଟ୍ଟନାୟକ ଗରମ ଆଭିମୁଖ୍ୟ ରଖୁଥିବାବେଳେ, କେନ୍ଦ୍ର ପ୍ରତି ସଫ୍ଟ ହେଉଛନ୍ତି । ଏମଏମଡିଆରକୁ ନେଇ ବିଜେପିର ସାଂସଦ ଓ ମନ୍ତ୍ରୀଙ୍କୁ ନିଇତି ଘେରୁଛି ବିଜୁ ଜନତା ଦଳ । ଗତକାଲି ମଧ୍ୟ ନବୀନ ବର୍ଷିଲେ, ହେଲେ ମୋଦି ଓ ଶାହଙ୍କୁ ପଦୁଟିଏ ଧରିଲେନି । ବିରୋଧୀ ଇଣ୍ଡି ମେଣ୍ଟ ବିକ୍ଷୋଭରେ ସାମିଲ ହେଉନି ତାଙ୍କ ଦଳ।ଯାହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା । ଏମଏମଡିଆର ପ୍ରସଙ୍ଗରେ ରାଜ୍ୟରେ ଜୋରଜାର ଲଢେଇ କରୁଛି ବିଜେଡ଼ି । ଗତ ସୋମବାର ଲୋୟର ପିଏମଜିର ଶକ୍ତି ପ୍ରଦର୍ଶନ କରି ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ଋଣହୁଙ୍କାର ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲଗାତର ଭାବେ ମୋହନ ସରକାରଙ୍କୁ ଟାର୍ଗେଟ କରିବା ସହ ବିଜେପିର ସାଂସଦଙ୍କୁ ଶଣ୍ଡୁଆସି ଆକ୍ରମଣ କରୁଛନ୍ତି । ହେଲେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଏମଏମଡିଆର ବିଲକୁ ନେଇ ନବୀନ ପଟ୍ଟନାୟକଙ୍କର ଅସ୍ପଷ୍ଟ ଆଭିମୁଖ୍ୟ ରହିଛି । ଗତକାଲି ଭାଷଣରେ କେନ୍ଦ୍ର ସରକାରଙ୍କ ବିରୋଧରେ ପଦୁଟିଏ ବି କହିଲେନି ନବୀନ । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ଧରୁନାହାନ୍ତି ନବୀନ କି କେନ୍ଦ୍ର ସରକାରଙ୍କ ବିରୋଧରେ କୌଣସି କଠୋର ଆଭିମୁଖ୍ୟ ରଖି ନାହାନ୍ତି। ବଡ ପ୍ରଶ୍ନ ହେଉଛି ପୂର୍ବରୁ ଅନେକ ପ୍ରସଙ୍ଗରେ ଦିଲ୍ଲୀରେ ପ୍ରତିବାଦ କରିଛି ବିଜେଡି। ଏମଏମଡିଆର ପ୍ରସଙ୍ଗରେ ରାଜ୍ୟ ବାହାରକୁ ଯିବକି ବିଜେଡି ଆନ୍ଦୋଳନ ।ଏସଆଇଆର ପ୍ରସଙ୍ଗରେ ବିରୋଧୀ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ସହ କାର୍ୟ୍ୟାନୁଷ୍ଠାନ ଦାବି କରୁଛନ୍ତି । ବିଧାନସଭା ଅଧିବେଶନ ସମୟରେ ନବୀନ ପଟ୍ଟନାୟକ ମଧ୍ୟ ଗଣମାଧ୍ୟମରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ। ହେଲେ ଆସନ୍ତାକଲି ଇଣ୍ଡି ମେଂଟ ଦିଲ୍ଲୀରେ କେନ୍ଦ୍ର ସରକାର ଜ୍ଞାନେଶ କୁମାରଙ୍କ ବିରୋଧରେ ଶକ୍ତି ପ୍ରଦର୍ଶନ କରିବେ । କିନ୍ତୁ ଏଥିରେ ବିଜୁ ଜନତା ଦଳ ସାମିଲ ହେଉ ନାହିଁ । ଯାହା ଦଳର ଅସ୍ପଷ୍ଟ ଆଭିମୁଖ୍ୟକୁ ସାମ୍ନାକୁ ଆଣୁଛି । ରାଜନୈତିକ ମହଲରେ ଆଉ ଏକ ଚର୍ଚ୍ଚା ହେଉଛି, ସୁଜାତାଙ୍କୁ ଗତକାଲି ପଲିଟିକାଲ ଲଂଚ କରିଛନ୍ତି ନବୀନ ପଟ୍ଟନାୟକ।

Also Read

Tags