ବ୍ରହ୍ମପୁର, ୩୦ ସେପ୍ଟେମ୍ବର ୨୦୨୬ : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲର ଜୁନିୟର ଡାକ୍ତର ସଂଘ (JDA)ର ନବନିର୍ବାଚିତ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ ସମାରୋହ ଉତ୍ସାହ ଓ ଗରିମାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ଜେଡିଏ ଟିମ୍ ନିଜର ଦାୟିତ୍ୱ ଗ୍ରହଣ କରିବା ସହ ଛାତ୍ରସମାଜ ଓ ଚିକିତ୍ସା ସେବା ପ୍ରତି ନିଜର କର୍ତ୍ତବ୍ୟନିଷ୍ଠାର ଶପଥ ନେଇଥିଲେ।ଏହି ଅବସରରେ ସଭାପତି ଭାବେ ଡା. ଅଂଶୁମାନ ଶୁକ୍ଲା, ସାଧାରଣ ସମ୍ପାଦକ ଭାବେ ଡା. ସାତ୍ତ୍ୱିକ ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ଭାବେ ଡା. ସୁଚିସ୍ମିତା ପଣ୍ଡା ଓ ଡା. ସଙ୍କେତ କର ଏବଂ କୋଷାଧ୍ୟକ୍ଷ ଭାବେ ଡା. ମୀମାଂସା ଚୌଧୁରୀ ଶପଥ ଗ୍ରହଣ କରିଥିଲେ।ସମାରୋହରେ କଲେଜର, ଜୁନିୟର ଡାକ୍ତର ସଂଘର ପରାମର୍ଶଦାତା ଡା. ଡି. ଶୋଭା ମାଳିନୀ, ଭାରପ୍ରାପ୍ତ ଅଧୀକ୍ଷକ ଡା. ଚନ୍ଦ୍ରଶେଖର ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ଅନ୍ୟାନ୍ୟ ସମ୍ମାନନୀୟ ପ୍ରଫେସର, ବରିଷ୍ଠ ଅଧ୍ୟାପକ, ଡାକ୍ତର, ପୂର୍ବତନ ଜେଡିଏ କର୍ମକର୍ତ୍ତା, ସିନିୟର ଓ ଜୁନିୟର ଡାକ୍ତରମାନେ ଯୋଗଦେଇଥିଲେ।ନବନିର୍ବାଚିତ ଜେଡିଏ କର୍ମକର୍ତ୍ତାମାନେ ନିଜର କାର୍ଯ୍ୟକାଳରେ ଜୁନିୟର ଡାକ୍ତରମାନଙ୍କ ସମସ୍ୟାର ସମାଧାନ, ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧି, ଡାକ୍ତରମାନଙ୍କ ମଧ୍ୟରେ ସମନ୍ୱୟ ଓ ଏକତା ବଜାୟ ରଖିବା ସହ କଲେଜର ଗୌରବମୟ ପରମ୍ପରାକୁ ଆହୁରି ଆଗକୁ ନେବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।ଏହି ଅବସରରେ ବରିଷ୍ଠ ଡାକ୍ତର ଓ ପୂର୍ବତନ କର୍ମକର୍ତ୍ତାମାନେ ନୂତନ ଜେଡିଏ ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ଦାୟିତ୍ୱକୁ ନିଷ୍ଠା, ସ୍ୱଚ୍ଛତା ଓ ଏକତାର ସହ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ। ସମାରୋହ ଶେଷରେ ନବନିର୍ବାଚିତ ଟିମ୍ ପକ୍ଷରୁ ସମସ୍ତ ଅତିଥି, ସିନିୟର ଓ ଜୁନିୟର ଡାକ୍ତରଙ୍କୁ କୃତଜ୍ଞତା ଜଣାଯାଇଥିଲା।
ଜେଡିଏର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ





