ରମ୍ଭା, ୩୦/୯ (ପିଏନଏସ): ହଳଦିଆପଦର ଗ୍ରାମର ଲଢୁଆ ବିଜେପି ନେତା ତଥା ପୂର୍ବତନ ସୈନିକ ରାଜେନ୍ଦ୍ର କୁମାର ଦାସଙ୍କୁ ଦଳରେ ବଡ ଦାୟିତ୍ୱ ମିଳିଛି। ତାଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଏସସି ମୋର୍ଚ୍ଚା ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି।ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ଏସସି ମୋର୍ଚ୍ଚା ସଭାପତି ବାୟାଧର ମଳିକ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ କୁମାର ସାବତ ଏବଂ ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି କୀର୍ତ୍ତନ ଦାସଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ଜଣାପଡିଛି। ଶ୍ରୀ ଦାସ ଜଣେ ଏକ୍ସ ଆର୍ମି ଯବାନ। କାରଗିଲ ଯୁଦ୍ଧରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।ସେନାରୁ ଅବସର ପରେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବା ଓ ବିଜେପି ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ହଳଦିଆପଦର ଅଞ୍ଚଳରେ ଜଣେ ଲଢୁଆ ଓ ସ୍ପଷ୍ଟବାଦୀ ନେତା ଭାବେ ତାଙ୍କର ପରିଚୟ ରହିଛି। ଦଳ ପାଇଁ ତାଙ୍କର ନିରନ୍ତର କାର୍ଯ୍ୟ ଓ ଏସସି ବର୍ଗର ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବାରୁ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି।ତାଙ୍କ ନିଯୁକ୍ତି ଖବର ପ୍ରଚାରିତ ହେବା ପରେ ହଳଦିଆପଦର ସମେତ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ରାଜେନ୍ଦ୍ରଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ବିଜେପି ଏସସି ମୋର୍ଚ୍ଚାର ଜେନେରାଲ ସେକ୍ରେଟାରୀ ଦାୟିତ୍ୱ





