ଗୋପାଳପୁର ମିଲିଟାରୀ ଷ୍ଟେସନରେ କାରଗିଲ ବିଜୟ ଦିବସ ପାଳିତ

Pradeep Kar

ବ୍ରହ୍ମପୁର, ୨୬ ଜୁଲାଇ: ଗୋପାଳପୁର ମିଲିଟାରୀ ଷ୍ଟେସନଠାରେ ଆଜି ଗରିମାମୟ ପରିବେଶରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି। ୧୯୯୯ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘଟିତ କାରଗିଲ ଯୁଦ୍ଧରେ ଭାରତୀୟ ସେନା ଐତିହାସିକ ବିଜୟ ହାସଲ କରିଥିଲା। ଦେଶର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଶହୀଦମାନଙ୍କ ଅମର ସ୍ମୃତିକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ କାରଗିଲ ବିଜୟ ଦିବସ ପାଳନ କରାଯାଏ।ଏହି ଅବସରରେ ଶହୀଦ ସ୍ମାରକଠାରେ Lieutenant General R. C. Srikanth, AVSM, VSM, Commandant, Army Air Defence College, Brigadier Hemant Singh, Station Commander, Brigadier Bijay Choudhury, Brigadier Adm, Air Vice Marshal M. R. Mishra, Wing Commander T. R. Behera, Captain Panchanan Samal, Subedar Major B. Padmanava, ସେଣ୍ଟରର ସୁବେଦାର ମେଜରଙ୍କ ସମେତ ବହୁ ବରିଷ୍ଠ ସେନା ଅଧିକାରୀ ବୀର ଶହୀଦମାନଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।କାର୍ଯ୍ୟକ୍ରମରେ Colonel R. N. Choudhury, ଅବସରପ୍ରାପ୍ତ Colonel L. K. Achary, Colonel James, ବରିଷ୍ଠ ଭେଟେରାନ Colonel Prakash Chandra Choudhury, Major (Dr.) Salma Maharanaଙ୍କ ସମେତ ବହୁ ବରିଷ୍ଠ ସେନା ଅଧିକାରୀ ଓ ଭୂତପୂର୍ବ ସୈନିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ Colonel J. B. K. Mohanty, College Adjutant ସୁଚାରୁ ଭାବେ ପରିଚାଳନା କରିଥିଲେ।ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ, ଶୌର୍ଯ୍ୟ ଓ ବୀର ଶହୀଦମାନଙ୍କ ତ୍ୟାଗ ପ୍ରତି ଗଭୀର ସମ୍ମାନର ଭାବନାରେ ଅନୁଷ୍ଠିତ ହୋଇଥିଲା।

Also Read

Tags