ଜବାହାର ନବୋଦୟ ବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Pradeep Kar

ଗଞ୍ଜାମ ଜିଲ୍ଲା ସୁରଙ୍ଗୀ ସ୍ଥିତ ଜବାହାର ନବୋଦୟର ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କହ୍ନେଇପୁର ପଂଚାୟତ ସ୍ଥିତ ଲଣ୍ଡନ କିଡ଼ସ ବିଦ୍ୟାଳୟ ପରିସରରେ ଏକ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଙ୍ଘ ସଭାପତି ତପନ କୁମାର ପଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ, ଟୁକୁନା ପ୍ରଧାନ,ସମ୍ପାଦକ ଦୀପକ କୁମାର ଜେନା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସୁବୋଧ ପାତ୍ର, ଅଶୋକ ନାୟକ,ଶ୍ରୀହର୍ଷ ଵାଲା, ବଳରାମ ବେହେରା, ପ୍ରଶାନ୍ତ କୁମାର ଅଧିକାରୀଙ୍କ ସମେତ ତିରିଶରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ରହି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପଚାଶଟି ଆମ୍ବ, ପଣସ, ଜାମୁକୋଳି, ଅଁଳା, ପିଜୁଳି, ସପଟା ଓ ଅନ୍ୟାନ୍ୟ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଛାତ୍ର ସଙ୍ଘର ଉପଦେଷ୍ଟା ସଞ୍ଜୟ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Also Read

Tags