ଏମକେସିଜିରେ ପିଜି ପ୍ରଶ୍ନପତ୍ର ଲିକ୍, ଅଭିଯୋଗ ପରେ ତଦନ୍ତ ଆରମ୍ଭ

Pradeep Kar

ବ୍ରହ୍ମପୁର, ଏମ.କେ.ସିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଏହି ପ୍ରଶ୍ନପତ୍ର ଲିକ ରାକେଟରେ ଜଣେ ଡାକ୍ତରି ଛାତ୍ର ଓ ଅନୁଷ୍ଠାନର ବରିଷ୍ଠ କିରାଣୀ ସଂଶ୍ଳିଷ୍ଟ ଥିବା ନେଇ ଅନୁମାନ କରାଯାଉଛି। ଲକ୍ଷାଧିକ ଟଙ୍କା ବଦଳରେ ବିଦ୍ୟାର୍ଥୀଙ୍କ ବିଭିନ୍ନ ୱାଟସଅପ୍ ଗ୍ରୁପରେ ପ୍ରଶ୍ନ ପତ୍ରର କପି ପଠା ଯାଉଥିବା ଜଣାଯାଇଛି। ସେହିପରି ଭୁବନେଶ୍ୱର ସ୍ଥିତ ଏକ ଘୋରଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ପ୍ରଶ୍ନପତ୍ର ବିକ୍ରି ହୋଇଥିବା ସୂଚନା ମିଳିଛି। ଘଟଣା ପ୍ରଘଟ ହେବା ପରେ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଛି।

Also Read

Tags