ବ୍ରହ୍ମପୁର, ବ୍ରହ୍ମପୁର ନିକଟ ଚଣ୍ଡିପଦରରେ ଥିବା କ୍ଲୋରଫିଲ୍ ସ୍କୁଲ୍ (Klorofeel School, Berhampur ) ର ସାଂଘାତିକ ମନମାନୀ ଏବେ ସାମ୍ନାକୁ ଆସିଛି। ଜ୍ଞାନ ବାଣ୍ଟୁଥିବା ସ୍କୁଲ୍ ଏବେ ପାଲଟିଛି ସମ୍ବେଦନହୀନତାର କେନ୍ଦ୍ର!ଶିକ୍ଷାନୁଷ୍ଠାନ କୁ ବ୍ୟବସାୟିକରଣ କରିଛି ଏହି ଅନୁଷ୍ଠାନ।ନିଜର ନିୟମ ଏବଂ ମନମାନୀ ପାଇଁ ଆଜି ବଳି ପଡ଼ୁଛନ୍ତି କୁନି କୁନି କୋମଳମତି ଶିଶୁ।””କୌଣସି ପୂର୍ବ ସୂଚନା ନାହିଁ, ନାହିଁ କୌଣସି ଅଫିସିଆଲ୍ ନୋଟିସ୍! ହଠାତ୍ ସ୍କୁଲ୍ ଗାଡ଼ି ଆସୁଛି ଏବଂ ସୁରକ୍ଷିତ ଭାବେ ଘରେ ଛାଡ଼ିବା ବଦଳରେ, ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ରାସ୍ତା କଡ଼ରେ, ବସ୍ ଷ୍ଟପ୍ରେ ଛାଡ଼ି ଦେଇ ଚାଲିଯାଉଛି!ଭାବନ୍ତୁ ଥରେ… ଏହି ଅସହାୟ କୁନି ପିଲାମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ଗାଡ଼ିମୋଟର ଚାଲୁଥିବା ବ୍ୟସ୍ତବହୁଳ ରାସ୍ତା କଡ଼ରେ ଏହି ପିଲାଙ୍କୁ ଅସୁରକ୍ଷିତ ଭାବେ ଛାଡ଼ିଦେବା କେତେ ଦୂର ଯୁକ୍ତିଯୁକ୍ତ? ଯଦି କୌଣସି ଅପ୍ରୀତିକର ଘଟଣା ଘଟେ, ଏଥିପାଇଁ ଦାୟୀ ରହିବ କିଏ? ସ୍କୁଲ୍ କର୍ତ୍ତୃପକ୍ଷ ନା ପ୍ରଶାସନ?”ଏଥିପ୍ରତି ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ସରକାର ତୁରନ୍ତ ଏହି ଘଟଣାପ୍ରତି ଦୃଷ୍ଟି ଦିଅନ୍ତୁ। କୋମଳମତି ଶିଶୁଙ୍କ ସୁରକ୍ଷା ସହ ଖେଳୁଥିବା ଏହି ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ନଚେତ୍, ଅଭିଭାବକ ଏବଂ ଆଞ୍ଚଳିକ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ। ସାବଧାନ୍ ସ୍କୁଲ୍ କର୍ତ୍ତୃପକ୍ଷ! କୁନି ଭବିଷ୍ୟତଙ୍କ ସୁରକ୍ଷା ସହ ଖେଳ ଆଉ ଚଳିବ ନାହିଁ I
କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି କ୍ଲୋରଫିଲ୍ ସ୍କୁଲ୍।”କେଉଁଠି ଗଲା ମାନବିକତା? କୁଆଡ଼େ ଗଲା ଶିକ୍ଷାନୁଷ୍ଠାନର ଦାୟିତ୍ୱବୋଧ?*





