କୋଦଳା, ତା 31.7.2026ରିଖ ରେ ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ପି. ହରି କୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ୱ ରେ କୋଦଳା ତହସିଲ ର କାଲିମେଘି ଗ୍ରାମ ପଂଚାୟତ ର କାଲିମେଘି ଗ୍ରାମ ରେଆତ୍ମ ହତ୍ୟା ଚାଷୀ ବୈରାଗୀ ଗୌଡ଼ ପରବାର ଙ୍କୁ ଭେଟି ସମ ବେଦନା ଜଣାଇଥିଲେ l. ତାଙ୍କ ସ୍ତ୍ରୀ ଝୁନୁ ଲତା ଗୌଡ଼ lକହିବାନୁ ଯାଇ ବୈରାଗୀ ଗୌଡ଼ ଜଣେ ଭାଗ ଚାଷୀ ସେ 4ଏକର ଜମି ଭାଗକୁ ଆଣି ଚାଷ କରୁଥିଲେ l. ଫସଲ କରିବାପାଇଁ ପ୍ରାୟ 2ଲକ୍ଷ ଟଙ୍କା ଋଣ ହୋଇ ଯାଇ ଥିଲେ. ଏହି ଋଣ ପରିଶୋଧ କରିନପାରି କିଛି ଦିନ ଅଶାନ୍ତି ଥିଲେ l. ଚଳିତ ବର୍ଷ ଫସଲ ଲାଗୁତି ପାଇଁ କୌଣସି ଠାରେ ଋଣ ମିଳି ପାରିଲା ନାହିଁ.ଏପରି କି ଚାଷ କରିଥିବା ଟ୍ରାକ୍ଟର ଭଡା ପ୍ରାୟ 50ହଜାର ଟଙ୍କା ଦେଇ ପାରିଲେ ନାହିଁ l.ପରିବାର ର 5ଜଣ ଦୁଃଖ କଷ୍ଟ ରେ ଚଳି ଆସୁଥିଲେ l. ଋଣ ଶୁଝିବା ଓ ଏହି ଚଳିତ ବର୍ଷ ଲାଗୁତିପାଇଁ ଅର୍ଥ ନମିଳିବା ର ଅନ୍ୟ କୋଣସି ଉପାୟ ନପାଇ ଗତ 29ତାରିଖ ରସକାଳ ବିଷ ପାନ କରି ଥିଲେ କୋଦଳା ହସ୍ପିଟାଲ ରେଚିକିତ୍ସ ତି ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ପଠାଇ ଥିଲେସେଠାରେ ଚିକିତ୍ସା ବେଳେ ତାଙ୍କର ମୁତ୍ୟୁ ହୋଇ ଥିଲା l.ଶବ ଵିବଛେଦପରେ ଘର କୁ ଆଣି ଶବ ଦାହ କରିଥିଲେ l. ତିନି ଦିନ ହେଲା କୋଣସି ସରକାରୀ ଅଫିସ ର ତହସିଲ ଦାର କିମ୍ବା କର୍ମଚାରି ପରିବାର ପାଖ ରେ ପହଁଚି ନାହାନ୍ତି l.ସରକାର 10ଲକ୍ଷ ଟଙ୍କା ସହାୟତା ଦେବା. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ତାଙ୍କ ସ୍ତ୍ରୀ ଙ୍କୁ 3000ଟଙ୍କା ମାସିକ ପେନସନ ଦେବା. ହରିଶ୍ଚନ୍ଦ୍ର ଯୋଜନା. ରେଡ଼କ୍ରସପାଣ୍ଠିରୁ ଅର୍ଥ ଦେବା ପାଇଁ ଓଡିଶା କୃଷକ ସଭା ଦାବୀ କରୁଛି l. ଏହି ପ୍ରତନିଧି ମଣ୍ଡଳୀ ରେ କୃଷକ ସଭା ଜିଲ୍ଲା କମିଟି ସଭ୍ୟ ଅଜୟ ଗୌଡ଼. କାଳୀ ମେଘି ପଂଚାୟତ ୱାର୍ଡ ସଭ୍ୟ ବ୍ଲକ କମିଟି ସଭ୍ୟ ସୁଦାମ ଜାନି l. ସ. ମୁରଲୀ ପ୍ରମୁଖ ଯୋଗ ଦାନ କରିଥିଲେ l
ଚାଷୀ ଆତ୍ମହତ୍ୟା ପରିବାର କୁ 10ଲକ୍ଷ ଟଙ୍କା ସହାୟତା ଦେବା କୁ ଓଡିଶା କୃଷକ ସଭା ର ଦାବୀ





