ସୁବାସୀନୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା (ପୂର୍ବ )ମହିଳା କଂଗ୍ରେସ ସଭାନେତ୍ରୀ ନିଯୁକ୍ତ

Pradeep Kar

ବ୍ରହ୍ମପୁର, ତା. ୩୧.୭. ୨୬,ସର୍ବ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ଙ୍କ ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଗଞ୍ଜାମ ଜିଲ୍ଲା( ପୂର୍ବ )ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ସୁବାସିନୀ ପଟ୍ଟନାୟକ ଙ୍କୁ ନିଯୁକ୍ତ କରିଛନ୍ତି ଏଥିପାଇଁ ଶ୍ରୀମତୀ ପଟ୍ଟନାୟକ ଓଡିଶା କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ଓଡିଶା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି (ପୂର୍ବ )ରଶ୍ମି ରଞ୍ଜନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ସମସ୍ତଙ୍କ ନିକଟରେ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି l ସେ ପୂର୍ବରୁ ବ୍ରହ୍ମପୁର ମହାନଗର ସଭାପତି ଏବଂ ଓଡିଶା ରାଜ୍ୟ ମାନବାଧିକାର ସେଲ ର ସାଧାରଣ ସମ୍ପାଦିକା ଦାୟିତ୍ୱ ମଧ୍ୟ୍ୟ ତୁଲାଇଅଛନ୍ତି I

Also Read

Tags