ଭାରତର ମାନ୍ୟବର ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ୪ ଏବଂ ୦୫ ଅଗଷ୍ଟ ରେ ବ୍ରହ୍ମପୁର ଏବଂ ତପ୍ତପାଣି ଗସ୍ତ କରିବେ

Pradeep Kar

ସାଧାରଣ ଜନତା ଏବଂ ଯାତ୍ରୀମାନଙ୍କୁ ଜଣାଇବା ପାଇଁ ଏହା କରାଯାଉଛି ଯେ ।ବ୍ରହ୍ମପୁର ସହର ଏବଂ ଏହାର ଆଖପାଖରେ ମହାମାନ୍ୟ ବ୍ୟକ୍ତିଙ୍କ ସୁରକ୍ଷା ସହିତ ଉତ୍ତମ ଟ୍ରାଫିକ ନିୟନ୍ତ୍ରଣ ଏବଂ ଯାନବାହାନର ସୁଗମ ଚଳାଚଳ ସୁନିଶ୍ଚିତ କରିବା ପାଇଁ ନିମ୍ନଲିଖିତ ଟ୍ରାଫିକ କଟକଣା ଲାଗୁ କରାଯାଇଛି।୦୪.୦୮.୨୦୨୬- ସକାଳ ୧. କୌଣସି ଭାରୀ ଯାନବାହନକୁ ସକାଳ ୧୦ଟାରୁ ପ୍ରାୟ ୧୧.୪୫ ପର୍ଯ୍ୟନ୍ତ ଅନ୍ଧପସରା ଛକରୁ ଫାଷ୍ଟ ଗେଟ ଆଡକୁ ଏବଂ ବିପରୀତ ଦିଗରେ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ। ସମସ୍ତ ସ୍କୁଲ ବସ୍‌କୁ ଲାଞ୍ଜିପାଲି ବାଇପାସ୍ ଦେଇ ବ୍ରହ୍ମପୁର ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ।୨. କୌଣସି ହାଲକା ଯାନ ଯଥା କାର/ଅଟୋ ରିକ୍ସା କୁ ସକାଳ ୧୦.୩୦ ରୁ ପ୍ରାୟ ୧୧.୪୫ ପର୍ଯ୍ୟନ୍ତ ଅନ୍ଧପସରା ଛକରୁ ଫାଷ୍ଟ ଗେଟ ଆଡକୁ ଏବଂ ଏହାର ବିପରୀତ ଦିଗରେ ଚଳାଚଳ କରିପାରିବେ ନାହିଁ। ଏହି ଗାଡି ଗୁଡିକ ଲାଞ୍ଜିପାଲି ବାଇପାସ୍ ଦେଇ ବ୍ରହ୍ମପୁର ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ।୩. କୌଣସି ଦୁଇ ଚକିଆ ଯାନଗୁଡ଼ିକୁ ସକାଳ ୧୦.୪୫ ରୁ ଅନ୍ଧପସରା ଛକରୁ ହରିଡାଖଣ୍ଡି ଛକ ଆଡ଼କୁ ଏବଂ ଏହାର ବିପରୀତ ଦିଗରୁ ଯିବାକୁ ଅନୁମତି ଦିଆଯିବ ନାହିଁ । ୦୪.୦୮.୨୦୨୬- ସନ୍ଧ୍ୟା ୧. କୌଣସି ଭାରୀ ଯାନବାହନ କୁ ଅପରାହ୍ନ ୦୩.୦୦ ରୁ ପ୍ରାୟ ୦୫.୩୦ ପର୍ଯ୍ୟନ୍ତ ଫାଷ୍ଟ ଗେଟରୁ ହଳଦିଆପଦର ଅଭିମୁଖେ ଚଳାଚଳ କରିପାରିବ ନାହିଁ। ସମସ୍ତ ସ୍କୁଲ ବସ୍ କର୍ପୋରେସନ ଛକ ଦେଇ ବ୍ରହ୍ମପୁର ସହରରେ ପ୍ରବେଶ କରିପାରିବେ ।୨. କୌଣସି ହାଲକା ଯାନ ଯଥା କାର/ଅଟୋ ରିକ୍ସା କୁ ଅପରାହ୍ନ ୦୩.୦୦ ରୁ ପ୍ରାୟ ୦୫.୩୦ ପର୍ଯ୍ୟନ୍ତ ଫାଷ୍ଟ ଗେଟ ରୁ ଅନ୍ଧପସରା ଆଡକୁ ଏବଂ ଏହାର ବିପରୀତ ଦିଗରେ ଚଳାଚଳ କରିପାରିବେ ନାହିଁ।୩. କୌଣସି ଦୁଇ ଚକିଆ ଯାନଗୁଡ଼ିକୁ ସନ୍ଧ୍ୟା ୦୪.୦୦ ରୁ ହରିଡାଖଣ୍ଡି ଛକ ରୁ ହଳଦିଆପଦର ଆଡ଼କୁ ଏବଂ ଏହାର ବିପରୀତ ଦିଗରୁ ଯିବାକୁ ଅନୁମତି ଦିଆଯିବ ନାହିଁ । ୪. କୌଣସି ଭାରୀ ଯାନବାହନ ସନ୍ଧ୍ୟା ୦୪.୦୦ ରୁ ପ୍ରାୟ ୦୫.୩୦ ପର୍ଯ୍ୟନ୍ତ ହଳଦିଆପଦରରୁ NH-୧୬ ରେ ଛତ୍ରପୁର ଆଡକୁ ଚଳାଚଳ କରିପାରିବ ନାହିଁ।୦୫.୦୮.୨୦୨୬- ସକାଳ୧. କୌଣସି ଭାରୀ ଯାନବାହନ କୁ ସକାଳ ୦୯.୦୦ ଘ. ରୁ ପ୍ରାୟ ୧୦.୩୦ ଘ. ପର୍ଯ୍ୟନ୍ତ ଗୋପାଳପୁର ଜଙ୍କସନ୍ ରୁ NH-୧୬ ରେ ଗୋଳନ୍ଥରା ଅଭିମୁଖେ ଚଳାଚଳ କରିପାରିବ ନାହିଁ। ୨. କୌଣସି ହାଲକା ଯାନ ଯଥା କାର/ଅଟୋ ରିକ୍ସା କୁ ସକାଳ ୦୯.୩୦ ଘ. ରୁ ପ୍ରାୟ ୧୦.୩୦ ଘ. ପର୍ଯ୍ୟନ୍ତ ଗୋପାଳପୁର ଜଙ୍କସନ୍ ରୁ NH-୧୬ ରେ ଗୋଳନ୍ଥରା ଆଡକୁ ଚଳାଚଳ କରିପାରିବେ ନାହିଁ।୩. କୌଣସି ଦୁଇ ଚକିଆ ଯାନଗୁଡ଼ିକୁ ସକାଳ ୦୯.୪୫ ଘ. ରୁ ପ୍ରାୟ ୧୦.୩୦ ଘ. ପର୍ଯ୍ୟନ୍ତ ଗୋପାଳପୁର ଜଙ୍କସନ୍ ରୁ NH-୧୬ ରେ ଗୋଳନ୍ଥରା ଆଡକୁ ଚଳାଚଳ କରିପାରିବେ ନାହିଁ।ଉପୋରକ୍ତ କଟକଣା ଗୁଡିକ ଜରୁରୀ କାଳୀନ ସେବାରେ ନିଯୋଜିତ ଯାନବାହାନ ଯଥା ଅଗ୍ନିଶମ ଓ ଆମ୍ବୁଲାନ୍ସ ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ । ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ ଏବଂ ମହାମହିମ ରାଷ୍ଟ୍ରପତିଙ୍କର କାୟ୍ୟକ୍ରମ ସୂଚାରୁ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରାଯାଉଅଛି ।

Also Read

Tags