ଭରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ରାଜ୍ୟ ସମ୍ପାଦକ ଚିନ୍ମୟ ,ସହସମ୍ପାଦକ ସୁପ୍ରଭା,ସଂଗଠନ ସମ୍ପାଦକ ଭାବରେ ସୁଚିତ୍ରା ନିର୍ବାଚିତ

Pradeep Kar

ବ୍ରହ୍ମପୁର, ତାରିଖ : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଗତ ତା. ୩୦/୦୧/୨୦୨୬ ରିଖରେ ଭୁବନେଶ୍ଵର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଜି. ଗୋପାଳ ରାମାନୁଜମ ଭବନ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଅଧିବେଶନରେ ସର୍ବସମ୍ମତିକ୍ରମେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ସମ୍ପାଦକ ଭାବରେ ଗଞ୍ଜାମ ଜିଲ୍ଲାର ଯୁବ ଆଇନଜୀବୀ ତଥା ଶ୍ରମିକ ନେତା ଚିନ୍ମୟ କୁମାର ହୋତା, ମହିଳା ନେତ୍ରୀ ସୁପ୍ରଭା ଦାସ ସହ – ସଂମ୍ପାଦକ ଓ ସୁଚିତ୍ରା କୁମାରୀ ଦାସ ନିର୍ବାଚିତ ହୋଇଛନ୍ତି । ଆଜି ସଂଗଠନର ରାଜ୍ୟ ସଭାପତି ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଅନୁମୋଦନ କ୍ରମେ ତଥା ରାଜ୍ୟ କାର୍ଯ୍ୟକାରିଣୀର ନିଷ୍ପତ୍ତି ଅନୁଯାୟୀ ମନୋନୀତ କରାଯାଇଛି। ଶ୍ରୀ ହୋତା ଜଣେ ସମାଜସେବୀ, ଆଇନଜୀବୀ ଓ ଶ୍ରମିକ ସଂଗଠକ ଭାବେ ଦୀର୍ଘଦିନ ଧରି ଅସଂଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ, କୃଷି ଶ୍ରମିକ ଓ ଅନ୍ୟାନ୍ୟ ଶ୍ରମଜୀବୀ ବର୍ଗଙ୍କ ଅଧିକାର ସୁରକ୍ଷା, ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପ୍ରଦାନ ଏବଂ ଶ୍ରମିକ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛନ୍ତି। ଏହା ସହ ମହିଳା ନେତ୍ରୀ ସୁପ୍ରଭା କୁମାରୀ ଦାସ ଏବଂ ସୁଚିତ୍ରା କୁମାରୀ ଦାସ ମଧ୍ୟ  ପୂର୍ବରୁ ନିର୍ମାଣ ଶ୍ରମିକ ସଂଗଠନ ସହିତ ଜଡ଼ିତ ହୋଇ ସେମାନଙ୍କର ନାଯ୍ୟାଦାବୀ ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି।ଏହି ଯୁବ ଏବଂ ଶ୍ରମିକ  ସଂଗଠକ ଙ୍କ ସାଙ୍ଗଠନିକ ଦକ୍ଷତା, ନେତୃତ୍ୱ ଓ ଶ୍ରମିକଙ୍କ ପ୍ରତି ନିଷ୍ଠାକୁ ବିଚାର କରି ସଂଗଠନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ଜିଲ୍ଲାରେ INTUC ସଂଗଠନ ଅଧିକ ସଶକ୍ତ ହେବା ସହିତ ଶ୍ରମିକଙ୍କ ନ୍ୟାୟସଙ୍ଗତ ଦାବି, ସାମାଜିକ ସୁରକ୍ଷା, ରୋଜଗାର ସୁରକ୍ଷା ଏବଂ ଶ୍ରମିକ କଲ୍ୟାଣ ପାଇଁ ସଂଗଠନ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସୁତରାଂ ଶ୍ରୀ ଚିନ୍ମୟ କୁମାର ହୋତା ବର୍ତ୍ତମାନ୍ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ସହ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପ୍ରଭାରୀ ଭାବରେ କାର୍ଯ୍ୟ କରୁଛନ୍ତି । ବ୍ରହ୍ମପୁରର ଆଇନଜୀବୀ ଶ୍ରୀମତୀ ସୁପ୍ରଭା କୁମାରୀ ଦାସ ଜିଲ୍ଲା ଯୁବ କଂଗ୍ରେସ ଓ ରାଜ୍ୟ ମହିଳା INTUC ର ଉପ ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ସୁଚିତ୍ରା କୁମାରୀ ଦାସ ଗଞ୍ଜାମ ଜିଲ୍ଲା INTUC ମହିଳା ଶାଖାର ସଭାନେତ୍ରୀ ଅଛନ୍ତି ।ଆନୁଷ୍ଠାନିକ ଭାବରେ ଆଜି ଚିଠି ଯୋଗେ ରାଜ୍ୟ ଇନ୍ତୁକ ର ସମସ୍ତ ସାଂଗଠନିକ ନିର୍ବାଚିତ ପ୍ରତିନିଧି ଙ୍କ ନାମ ଘୋଷଣା  ପରେ ରାଜ୍ୟ କମିଟି ରେ ଗଞ୍ଜାମ ଜିଲ୍ଲ। ରୁ  ଏହି ତିନି ଜଣଙ୍କର ନାମ ଘୋଷଣା ପରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ, ସାମାଜିକ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିବିଶେଷ, ଆଇନଜୀବୀ, ଶୁଭେଚ୍ଛୁ ଓ ସହଯୋଗୀମାନେ  ଅଭିନନ୍ଦନ ଜଣାଇଛନ୍ତି।ଏହି ଅବସରରେ ଶ୍ରୀ ଚିନ୍ମୟ କୁମାର ହୋତା, ସୁପ୍ରଭା କୁମାରୀ ଦାସ ଏବଂ ସୁଚିତ୍ରା କୁମାରୀ ଦାସ  ସର୍ବଭାରତୀୟ  ଉପସଭାପତି ତଥା ରାଜ୍ୟ ସଭାପତି ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ କିଶୋର ଜେନା ,ରାଜ୍ୟ ମହିଳା ସଭାନେତ୍ରି ପ୍ରଣତି ମିଶ୍ର ଏବଂ ସମସ୍ତ ଉଚ୍ଚ ପଦାଧିକରୀମାନଙ୍କୁ ଓ ଜିଲ୍ଲା ସହଯୋଗୀ ମାନଙ୍କୁ  କୃତଜ୍ଞତା ଜଣାଇ କହିଛନ୍ତି ଯେ, ତାଙ୍କ ଉପରେ ଅର୍ପିତ ଏହି ଦାୟିତ୍ୱକୁ ସେମାନେ ନିଷ୍ଠା, ସତ୍ୟତା ଓ ସମର୍ପଣର ସହିତ ପାଳନ କରିବେ ଏବଂ ଶ୍ରମିକଙ୍କ ଅଧିକାର ଓ କଲ୍ୟାଣ ପାଇଁ ସଦା କାର୍ଯ୍ୟ କରିବେ।

Also Read

Tags