ବ୍ରହ୍ମପୁର, ୦୮/୦୮ କୁଇନ ଅଫ ଦି ମିଶନ ଉଚ୍ଚ ବିଦ୍ୟାଳୟରେ ୩୨ତମ ଗଞ୍ଜାମ ଜିଲ୍ଲାସ୍ତରୀୟ “ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ” କର୍ମଶାଳା୨୦୨୬ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ” ନିରନ୍ତରତା ସକାଶେ ବିଜ୍ଞାନ ଓ ନବସୃଜନ ” ଆଧାରିତ ଏହି କର୍ମଶାଳାରେ ଜିଲ୍ଲାଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାଶିକ୍ଷାଧୂକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ର ମୁଖ୍ୟ ଅତିଥୁରୁପେ ଯୋଗଦେଇଥିଲେ । ଗଞ୍ଜାମ ଜିଲ୍ଲା ପିଲାଙ୍କ ବିଜ୍ଞାନ କଂଗ୍ରେସର ସଂଯୋଜକ ଗୋକୁଳକୃଷ୍ଣ ପଣ୍ଡା ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶାନ୍ତିଲତା ଦାସ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଇକୋ କ୍ଲବ ସଂଯୋଜକ ଡଃ ଶଙ୍କର ନାରାୟଣ ବେଜ, ଜିଲ୍ଲା ବିଜ୍ଞାନ ନିରିକ୍ଷକ ମଣି ରଞ୍ଜନ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ପାଢୀ ଓ ଜଗଦଳପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମହାରଣା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ୬୬ ଜଣ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରକଳ୍ପ ପ୍ରସ୍ତୁତି ପାଇଁ କିପରି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିବେ ତାହା ବୁଝାଇ ଦିଆଯାଇଥିଲା । ପ୍ରକାଶ ଥାଉକି, ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ବାରା ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । କାର୍ଯ୍ୟକ୍ରମରେ ସଂଯୋଜକ ଗୋକୁଳକୃଷ୍ଣ ପଣ୍ଡା ଓ ଡଃ ଶଙ୍କର ନାରାୟଣ ବେଜ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପ୍ରକଳ୍ପ ପ୍ରସ୍ତୁତି ସମ୍ବନ୍ଧରେ ବ୍ୟାପକ ଧାରଣଦେଇଥିଲେ । ବିଜ୍ଞାନ କାର୍ଯ୍ୟକ୍ରମରେ ନିରନ୍ତରତ ଆଣିବାପାଇଁ ଅନେକ ଯୁବ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ଏହି ସଂକ୍ରାନ୍ତିୟ ପିଲାଙ୍କ ପ୍ରକଳ୍ପ ସବୁ ଅକ୍ଟୋବର ମାସରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି । ବର୍ଜ୍ୟବସ୍ତୁ ପରିଚାଳନା, ଶକ୍ତି, ଜଳ, ଖାଦ୍ୟ, କୃଷି ଓ ସ୍ବାସ୍ଥ୍ୟ, ଭାରତୀୟ ଜ୍ଞାନ କୌଶଳର ପ୍ରୟୋଗକୁ ଆଧାର କରି ଶିଶୁ ବିଜ୍ଞାନୀ ମାନେ ଏହି ପ୍ରକଳ୍ପ ପ୍ରସ୍ତୁତ କରିବେ । ବିନାୟକ ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନୁଜ ନାୟକ ଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
ଗଞ୍ଜାମ ଜିଲ୍ଲାସ୍ତର ସ୍ତରୀୟ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ କାର୍ମଶାଳା – ୨୦୨୬





