ରାଇଘର, ୧୫/୯(ସଞ୍ଜୟ ନାୟକ ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର କଚରାପାରା -୩ ପଞ୍ଚାୟତର ଓଦଣ୍ଡି ଗ୍ରାମରେ ଶବକୁ ମିଳୁନି ଶ୍ମଶାନ। ଧର୍ମ ପରିବର୍ତ୍ତନ ଯୋଗୁଁ ଗ୍ରାମବାସୀ ଶବ ସତ୍କାର ଲାଗି ମନା କରୁଥିବାରୁ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଘରେ ପଡି ରହିଛି ମୃତଦେହ। ଶବ ସତ୍କାରକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଉତେଜନାକୁ ଦୃଷ୍ଟି ରେ ରଖି ଗ୍ରାମରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ସୂଚନାଅନୁଯାଇ ଅଦଣ୍ଡି ଗ୍ରାମର ସ୍ବର୍ଗତ ମାଙ୍ଗ ଗଣ୍ଡଙ୍କ ପତ୍ନୀ ଗାଗିର ଗଣ୍ଡ (50) ତିନି ଝିଅ ଏକ ମାତ୍ର ପୁଅ ସହିତ ଗାଁରେ ରହି ଆସୁଥିଲେ ଗଗିରିଙ୍କ ପରିବାର କିଛି ବର୍ଷ ପୂର୍ବେ ଧର୍ମ ପରିବର୍ତ୍ତନ କରିଥିଲେ। ମଙ୍ଗଳର ଅପରାହ୍ନ ୪ଟାରେ ଗାଗିରିଙ୍କ ମୃତ୍ୟୁ ହୋଇଥିଲା। ଗାଁ ଶ୍ମଶାନରେ ଶବ ସତ୍କାର କରିବାକୁ ଗ୍ରାମବାସୀ ବାରଣ କରିଥିଲେ। ଏନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବୁଧବାର ସକାଳେ ଅତିରିକ୍ତ ତହସିଲଦାର ଶିବାଜୀ ନାୟକ, ପାପଡାହାଣ୍ଡି ଏସଡିପିଓ ସୁରଜିତ କାଣ୍ଡେଲା, ଉମରକୋଟ ଥାନା ଅଧିକାରୀ ଯୁଗଳ ଶବର ପହଞ୍ଚି ଲୋକଙ୍କୁ ବୁଝେଇଥିଲେ । କିନ୍ତୁ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିଲେ।
୩୦ ଘଣ୍ଟା ଧରି ଘରେ ପଡିଛି ମୃତଦେହ I ଧର୍ମ ପରିବର୍ତ୍ତନ ପାଇଁ ଶବକୁ ମିଳୁନି ଶ୍ମଶାନ





