ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Pradeep Kar

ଖଲ୍ଲିକୋଟ, ନିର୍ମଳଝରରୁ ବାହାରି ଗୋପକୁଦାରେ ପହଞ୍ଚିଲା ବିଶାଳ ବାଇକ ଶୋଭାଯାତ୍ରା। ଖଲ୍ଲିକୋଟ ସ୍ୱାଧୀନତା ଦିବସ ଆଉ ମାତ୍ର ତିନି ଦିନ ଥିବା ବେଳେ ଖଲ୍ଲିକୋଟ ବିଜେପି ତରଫରୁ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। ମଙ୍ଗଳବାର ଦିନ ଖଲ୍ଲିକୋଟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପୁର୍ଣ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ଖଲ୍ଲିକୋଟ ସ୍ଥିତ ନିର୍ମଳଝର ଠାରୁ ହାତରେ ଜାତୀୟ ପତାକା ମୁଖରେ ଭାରତ ମାତା କି ଜୟ ନାରାରେ ଖଲ୍ଲିକୋଟ ସହର ର ଜଗନ୍ନାଥ ଦେଇ ସହର ପରିକ୍ରମା କରି ବିଭିନ୍ନ ଦେଶାତ୍ମବୋଧକ ସଂଗୀତର ତାଳେ ତାଳେ କେଶପୁର ସ୍ଥିତ ଥିବା ଶୈବପୀଠ ଗୁପ୍ତେଶ୍ୱର ଠାରେ ପହଂଚିଥିବା ଦେଖିବାକୁ ମିଳିଛି। ଉକ୍ତ ବାଇକ ରାଲିରେ ଶତାଧିକ ଯୁବକ ସମେତ ରାଜ୍ୟ ବିଜେପି ଓ ବି ସି ମୋର୍ଚ୍ଚା ଉପସଭାପତି କାଳୁ ରାମ ମହାରଣା,ଖଲ୍ଲିକୋଟ ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ,ଅଟଳ ଯୁବ ବାହିନୀର ସଭାପତି ଶୁଭଜିତ କୁମାର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପଦ୍ମ ଚରଣ ସୁବୁଦ୍ଧି, ତୁଳସୀପୁର ସରପଞ୍ଚ ସିକ ପାଣ୍ଡୀ,ମଣ୍ଡଳ ସଭାପତି ମିଟୁ ସ୍ୱାଇଁ, ପଙ୍କଜ ମାଝୀ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ଓ ବିଜେପିର ସବୁ ପଂଚାୟତର ଛାମୁଆ କର୍ମୀ ମାନେ ବାଇକ ରାଲିରେ ଅଂଶ ଗ୍ରହଣ କରିଥିଲେ।

Also Read

Tags