ପ୍ରଜାପିତା ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଜୀଙ୍କ ଦ୍ବିତୀୟ ସ୍ନେହପୂର୍ଣ ସ୍ମୃତି ଦିବସ ପାଳନ

Pradeep Kar

୨୩।୧୦: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ବବିଦ୍ୟାଳୟ ଏକ ଅନ୍ତର୍ରାଷ୍ଟ୍ରୀୟ ଆଧ୍ୟାତ୍ମିକ, ନୈତିକ ଏବଂ ମୂଲ୍ୟନିଷ୍ଠ ଶିକ୍ଷାନୁଷ୍ଠାନ ଅଟେ । ସମଗ୍ର ବିଶ୍ଵର ୧୪୭ଟି ଦେଶରେ ୪୭୦୦ରୁ ଉର୍ଦ୍ଧ୍ବ ସେବାକେନ୍ଦ୍ର ମାଧ୍ୟମରେ ଏହାଭାରତୀୟ ଆଧ୍ୟାତ୍ମିକ ସାଂସ୍କୃତିକ ଶିକ୍ଷା ପ୍ରଦାନ ଦ୍ବାରା ଦୀର୍ଘ ୯୦ ବର୍ଷ ଧରି ମାନବ ସମ୍ପ୍ରଦାୟର ସେବା କରି ଆସୁଅଛି | ଉକ୍ତ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟର ବ୍ରହ୍ମପୁର ସବ୍‌ନର ପୂର୍ବତନ ମୁଖ୍ୟ ସଞ୍ଚାଳିକା ଦିବଂଗତ ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଜୀଙ୍କ ଦ୍ବିତୀୟ ସ୍ନେହପୂର୍ଣ ଦିବ୍ଯ ପୁଣ୍ୟ ସୁ ତି ଦିବସ ପାଳନ ଅବସରରେ ‘ସ୍ଵପରିବର୍ତ୍ତନ ହିଁ ବିଶ୍ବ ପରିବର୍ତ୍ତନର ଆଧାର’’ ଶୀର୍ଷକ ଏକ ଜ୍ଞାନବର୍ଷକ ସର୍ବଧର୍ମ ସମ୍ମିଳନୀ ଆୟୋଜନ କରାଯାଇଅଛି । ଉକ୍ତ ସମ୍ମିଳନୀରେ ଯୋଗଦେବା ସକାଶେ ଆଧ୍ୟାତ୍ମିକତାର ଉତ୍କର୍ଷ ପ୍ରାପ୍ତ କରିଥିବା, ରାଜଯୋଗ ସାଧନାରେ ଦୀର୍ଘ ୪୬ ବର୍ଷ ସମର୍ପିତ ଜୀବନ ଯାପନ କରିଥିବା ରାଜଯୋଗୀ ବ୍ରହ୍ମାକୁମାର ରାମନାଥ ଭାଇଜୀ ଅନ୍ତର୍ରାଷ୍ଟ୍ରୀୟ ମୁଖ୍ୟାଳୟ, ମାଉଣ୍ଟ ଆବୁର ଏକ ବରିଷ୍ଠ ରାଜଯୋଗ ପ୍ରଶିକ୍ଷକ ତଥା ଅନୁଷ୍ଠାନର ଧାର୍ମିକ ବିଭାଗର ସଂଯୋଜକ ରୂପେ କାର୍ଯ୍ୟରତ; ଆଜି ଆମରି ଗହଣରେ ଉପସ୍ଥିତ ଅଛନ୍ତି । ଅନ୍ତଃରାଷ୍ଟ୍ରୀୟ ଅନୁଷ୍ଠାନର ବିଭିନ୍ନ ଭାଷାରେ ପ୍ରକାଶିତ ମାସିକ ପତ୍ରିକାରେ ତାଙ୍କରି ଅନୁଭବଯୁକ୍ତ, ପ୍ରେରଣାଦାୟକ ପ୍ରବନ୍ଧମାନ ସ୍ଥାନ ପାଇଆସୁଅଛି । ଏହା ମାଧ୍ୟମରେ ସେ ଜନସାଧାରଣଙ୍କ ଚିନ୍ତନ ଶକ୍ତିକୁ ପ୍ରଶସ୍ତ, ଗଭୀର, ବିଶାଳ, ସଶକ୍ତ ତଥା ଦୂରଦୃଷ୍ଟି ସମ୍ପନ୍ନ କରାଇବା ପୂର୍ବକ, ସେମାନଙ୍କୁ ବିପରୀତ ପରିସ୍ଥିତିରେ ମଧ୍ୟ ଶାନ୍ତି, ସମନ୍ଵୟ ଏବଂ ସଦ୍‌ଭାବନା ଦ୍ଵାରା ସଠିକ ମାର୍ଗର ଚୟନ ମାଧ୍ୟମରେ ଏକ ଶ୍ରେଷ୍ଠ ଶକ୍ତିଶାଳୀ ଦିବ୍ୟବ୍ୟକ୍ତିତ୍ଵ ନିର୍ମାଣର ଶିକ୍ଷା ଏବଂ କୌଶଳମାନ ପ୍ରଦାନ କରିବାରେ ସେ ସିଦ୍ଧହସ୍ତ ଅଟନ୍ତି । ଯେଉଁଥୁରୁ ‘‘ଭୌତିକ ବିଜ୍ଞାନ ଏବଂ ଆଧ୍ୟାତ୍ମିକ ବିଜ୍ଞାନର ତାରତମ୍ୟ’’, ‘ ‘କର୍ମରେ କୁଶଳତା ପ୍ରାପ୍ତି’’ ‘‘ଦୈନନ୍ଦିନ ଜୀବନରେ ଆଧ୍ୟାତ୍ମିକତାର ଆବଶ୍ୟକତା’’, ‘ଶାରୀରିକ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ସ୍ଵାସ୍ଥ୍ୟ ସମ୍ପନ୍ନ ଜୀବନ’’ ଆଦି ଅନ୍ I

Also Read

Tags