ଦଶପଲ୍ଲା ବ୍ଲକ ନୂଆଗାଁ ପଂଚାୟତ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

Pradeep Kar

ଦଶପଲ୍ଲା :-୨୨/୦୯ ସରକାରଙ୍କ ସ୍ଥିରୀକୃତ ଏକ ଅନନ୍ୟ କାର୍ଯକ୍ରମ ହେଉଛି ଜିଲ୍ଲା ପାଳ ଙ୍କ ଜନଶୁଣାଣୀ ଶିବିର। ଏଥିରେ ସମସ୍ତ ପ୍ରକାର ଜନ ସାଧାରଣ ଅଭିଯୋଗ ରଖିଥାନ୍ତି। ଜନସାଧରଣ ଓ ଜିଲ୍ଲାପାଳ ଙ୍କ ମଧ୍ୟରେ ସିଧାସଳଖ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୁଏ। ତେବେ ଏହି ଜନଶୁଣାଣୀ ଶିବିର କୁ ବର୍ତମାନ ର ସରକାର ଏକ ନୂତନ ଦିଗ ପ୍ରଦାନ କରିଛନ୍ତି। ସରକାର ଙ୍କ ନିର୍ଦେଶ ଅନୁସାରେ ପ୍ରଶାସନ ବର୍ତମାନ ପ୍ରତି ପଂଚାୟତ ର ଲୋକଙ୍କ ପାଖକୁ ଯିବ ଓ ଜନଶୁଣାଣୀ ଶିବିର କରିଲୋକଙ୍କ ସମସ୍ୟା ସମାଧାନ କରିବ। ତେବେ ଯାହାକି ଆଜି ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଉପାନ୍ତ ଅଂଚଳ ନୂଆଗାଁ ପଂଚାୟତ ପରିସରରେ ଏହି ଜନଶୁଣାଣି ଶିବିର କରାଯାଇଛି। ଏ ସମୟରେ ଦଶପଲ୍ଲା ବିଡ଼ିଓ ଶରତ କୁମାର ମଲିକ, ଦଶପଲ୍ଲା ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଆପତ୍ତି-ଅଭିଯୋଗର ଶୁଣାଣି କରିଥିଲେ। ସମୁଦାୟ ୬୧ଟି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ ଭତ୍ତା ବାବଦରେ ୧୩ ଟି, ଆବାସ ବାବଦରେ ୧୨ଟି,ବସୁନ୍ଧରା ଯୋଜନା ବାବଦରେ ୨୬ଟି,ବିଦ୍ୟାଳୟ ଉପରେ ୪ ଗୋଟି ଓ ଅନ୍ୟାନ୍ୟ ୬ ଟି ଉପରେ ଜନଶୁଣାଣୀ କରାଯାଇଥିଲା।

Also Read

Tags