ଗତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଖଣ୍ଡରା ଛକରେ ଉଦ୍ଧବ ପାଢ଼ୀ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୁତ୍ତ ଲିଫ୍ଟ ମାଗିଥିଲେ। ଉଦ୍ଧବ ଲିଫ୍ଟ ନ ଦେବାରୁ ସେମାନେ ଗାଳିଗୁଲଜ କରିବା ସହ ଛୁରୀରେ ତାଙ୍କ ତଣ୍ଟି କାଟିଦେଇଥିବା ଅଭିଯୋଗ ହୋଇଛି। ଆହତଙ୍କୁ ପ୍ରଥମେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।
ଲିଫ୍ଟ ନଦେବାରୁ ଯୁବକଙ୍କ ତଣ୍ଟି କାଟିଦେଲେ ଦୁର୍ବୁତ୍ତ





