୧ମ ବ୍ରହ୍ମପୁର ବୁଲ୍ସ ଟ୍ରଫି: ଫାଇନାଲରେ ମୁହାମୁହିଁ ହେବେ ଆଲଫା କ୍ରିକେଟ କ୍ଲବ ବନାମ ଅକ୍ସଫୋର୍ଡ କ୍ଲବ

Pradeep Kar

ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ପ୍ରଥମ ବ୍ରହ୍ମପୁର ବୁଲ୍ସ ଟ୍ରଫି କ୍ରିକେଟ ଟୁ୍ଣ୍ଣାମେଣ୍ଟ ୨ୟ ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଅକ୍ସଫୋର୍ଡ କ୍ରିକେଟ କ୍ଲବ ବନାମ ଖାଲେକ୍ସୀ କ୍ରିକେଟ କ୍ଲବ ସହ ମ୍ୟାଚ୍ ହୋଇଥିଲା। ଖାଲେକ୍ସୀ କ୍ରିକେଟ କ୍ଲବ ପ୍ରଥମ ଟସ ଜିଣି ବ୍ୟାଟିଂ ର ନିଷ୍ପତି ନେଇଥିଲା। ୧୯ ଓଭର ରେ ୧୦ ଗୋଟି ୱିକେଟ ବିନିମୟ ରେ ୧୧୫ ରନ୍ ସଂଗ୍ରହ କରିଥିବା ବେଳେ ଅକ୍ସଫୋର୍ଡ କ୍ରିକେଟ କ୍ଲବ ୧୫ ଓଭରେ ୫ ଗୋଟି ୱିକେଟ ବିନିମୟ ରେ ୧୧୮ ରନ୍ ସଂଗ୍ରହ କରିଥିଲା। ଅକ୍ସଫୋର୍ଡ କ୍ରିକେଟ କ୍ଲବ ବିଜୟ ହାସଲ କରିଥିଲା।୨ ତାରିଖ ଅର୍ଥାତ୍ ଶନିବାର ଦିନ ଫାଇନାଲ ମ୍ୟାଚ ଅକ୍ସଫୋର୍ଡ ବନାମ ଆଲଫା ସହ ମହା ମୁକାବିଲା ଦେଖିବାକୁ ମିଳିବ। ଅତିଥି ରୂପେ ବରିଷ୍ଟ ନାଗରିକ ଉପେନ୍ଦ୍ର ମିଶ୍ର ସମାଜସେବୀ ଶିଶିର ପାଢ଼ୀ ଓକିଲ ପ୍ରଶାନ୍ତ ନାୟକ,ଶ୍ରୀୟା ହୋତା ଯୋଗ ଦେବା ସହ ମେନ୍ ଅଫ ଦି ମ୍ୟାଚ ବିଜୟ ଟିମ୍ ର କୁନାଲ ପଣ୍ଡା ଙ୍କୁ ଟ୍ରଫି ପ୍ରଦାନ କରଯାଇଥିଲା।ଏହି ମ୍ୟାଚ କୁ ଦିରେନ ମିଶ୍ର, ରଞ୍ଜିନୀ କାନ୍ତ ରେଡ୍ଡୀ ଅମ୍ପାଇର ରୂପେ ପରିଚାଳନା କରିଥିଲେ।

Also Read

Tags