ଆଜି ଦିନ ତା 20-04-2026 ସୋମବାର ଦିନ କୁକୁଡାଖଣ୍ଡି ବ୍ଲକ୍ ଠାରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ଙ୍କ ନେତୃତ୍ୱ ରେ ଏ. ନନ୍ଦକିଶୋର ଙ୍କ ପୌରହିତରେ ଜିଲ୍ଳା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ଦାଶ ହଳ ଲଙ୍ଗଳ ଧରି ଅକ୍ଷୟ ମୁଠି ବୁଣି ଚାଷ କାର୍ଯ୍ୟ ର ଶୁଭ ଆରମ୍ଭ କରିଥିଲେ | ଏଥିରେ ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଚିନ୍ମୟନନ୍ଦ ମହାରାଜ ଓ ବାଲିପଡା ମଣ୍ଡଳ ସଭାପତି ଲଳିତ ବିଷୋୟୀ ସହଯୋଗ କରିଥିଲେ |ଜିଲ୍ଳା ବିଜେପି ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ, ଧରଣୀ ବେହେରା, ମଧୁସୂଦନ ସାହୁ, ଅଶ୍ୱିନୀ ରଥ,ବିଜୟ ମୁଦୁଲି,ଗଜେନ୍ଦ୍ର ଚୌଧୁରୀ,ପଦ୍ମ ପରିଡ଼ା ବାଳକୃଷ୍ଣ ସାମନ୍ତରା, କେ.ହରିକୃଷ୍ଣ, ସୁଶାନ୍ତ ବିଷୋୟୀ, ଫକୀର ବେହେରା, ମହେଶ୍ୱର ସାହୁ, ନିଳାଞ୍ଚଳ ସ୍ବାଇଁ, ଜାଗିଲି ଦାଶ, ଜଗନ୍ନାଥ ଦାସ,ଶଙ୍କର ଗୌଡ଼, ନାରାୟଣ ସେଠୀ,ମଧୁ ସେଠୀ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଚାଷୀ ଉପସ୍ଥିତ ରହିଥିଲେ | ବୟଜେଷ୍ଟ ଚାଷୀ ମାନଙ୍କୁ ରାଜ୍ଯ କୃଷକ ପ୍ରଭାରୀ ଶ୍ରୀ ପ୍ରଦୀପ କୁମାର ସାହୁ ଉତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ |
କୁକୁଡ଼ାଖଣ୍ଡିବ୍ଲକରେ ଅଖି ମୁଠି (କୁକୁଡା ଖଣ୍ଡି)





