ବ୍ରହ୍ମପୁର, ତା.01.06..ପ୍ରାତଃ ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ ସ୍ଵାସ୍ଥ୍ୟ ଶିବିର ଓ ତମାଖୁର ଭୟାଭୟତା ଉପରେ ପରାମର୍ଶ ଦେଇଥିଲେ।ଡା. ନକୁଳ ସାହୁ କହିଲେ ତମାଖୁ, ମଦ୍ୟ, ଧୂମପାନ, ଗୁଡ଼ାଖୁ ଆଦି ନିଶାଦ୍ରବ୍ୟ ସେବନ ଦ୍ଵାରା କ୍ୟାନସର୍, ଯକ୍ଷ୍ମା,ହୃଦ୍ରୋଗ, ବୃକକ୍ ରୋଗ, ଶ୍ୱାସ, କାଶ ଆଦି ରୋଗ ଓ ପରିବାର, ପରିବେଶ ବିପର୍ଯ୍ୟସ୍ତ ହେଉଛି ଏହାକୁ ଛାଡ଼ିବା ପାଇଁ ଲବଙ୍ଗ, ଛୋଟ ଗୁଜରାତି ଅଭାବରେ ମିଠାଗୁଆ ତେନ୍ତୁଳି ମଞ୍ଜି, କଳରେ ଜାକି ଅଭ୍ୟାସ ଛାଡିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ଅନୁରୋଧ
ତମାଖୁ କ୍ଷତି ସଚେତନl ଓ ସ୍ଵାସ୍ଥ୍ୟ ଶିବିର





