ଭବାନୀପାଟଣାତା, ୩୧.୧୦.୨୦୨୬:ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ୍ ଗୁଡ଼ିଆ, ସଭାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତନ୍ମୟ କୁମାର ଦରୱାନ, ଏବଂ ମୁଖ୍ୟବକ୍ତା ରୂପେ ଡ ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ।ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସମସ୍ତଙ୍କୁ ସ୍ବାଗତ କରି ଦିବସ ପାଳନ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଡି ଏସ ପି ଭିଜିଲାନ୍ସ ପ୍ରଦୀପ କୁମାର ଆଇନ୍ଦ ଦୁର୍ନୀତି ନିବାରଣ କଳାହାଣ୍ଡି ଶାଖା ତରଫରୁ ଗତ ୨୬ ତାରିଖ ରୁ ଚାଲିଥିବା ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମ ସହ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ।ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତେ ଦୁର୍ନୀତି ର ମୂଳୋତ୍ପାଟନ ନିମନ୍ତେ ସାଧୁତା ଓ ସଚ୍ଚୋଟତାର ଶପଥ ପାଠ କରିଥିଲେ । ସଭାରେ ସମସ୍ତ କର୍ମଚାରୀମାନଙ୍କୁ ବୃତ୍ତିଗତ ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା, ଅସଦ ଉପାୟରେ ଧନ ଅର୍ଜନ କରିବାକୁ ବର୍ଜନ,ଆଇନ ଶାସନକୁ ଅନୁପାଳନ,ନିଜର ଦାୟିତ୍ୱ କୁ ସାଧୁତା ଓ ସ୍ୱଚ୍ଛତା ସହ ସମ୍ପାଦନା କରିବା, ଉତ୍କୋଚ ଗ୍ରହଣ ନ କରିବା ଏବଂ ନ ଦେବା,ଜନସାଧାରଣଙ୍କ ହିତ ପାଇଁ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା। ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଓ ଅନ୍ୟ ଅତିଥି ମାନେ ନିଜ ବକ୍ତବ୍ୟ ରେ ଲାଞ୍ଚ ଦେଇ ଶୀଘ୍ର କାର୍ଯ୍ୟ କରିବାର ମାନସିକତାକୁ ପରିହାର କରିବା , ନିଜ ଜୀବନରେ ସାଧୁତା ଓ ସ୍ୱଚ୍ଛତା କୁ ବଜାୟ ରଖିବା, ଯୁବସମାଜ ର ଚରିତ୍ର ଗଠନ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ,ଦୁର୍ନୀତି ବିଭାଗର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ସମସ୍ତେ ସ୍ୱଚ୍ଛତା ଓ ସାଧୁତାକୁ ଆୟୁଧ କଲେ ଦୁର୍ନୀତିମୁକ୍ତ ସମାଜ ଗଠନରେ ସହାୟକ ହୋଇପାରିବା ବୋଲି କହିଥିଲେ।ଏହି ଅବସରରେ ସକାଳ ଘ୮.୩୦ ମୀ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଲୟ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ‘ମାଇ ଭାରତ ‘ଯୁବକବୃନ୍ଦ, ମିଶନ୍ ଶକ୍ତି ,ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଏକ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତନ୍ମୟ କୁମାର ଦରୱାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ସହର ପରିକ୍ରମା କରି ସଚେତନତା ସୃଷ୍ଟି ଏବଂ ମାଇକ ଦ୍ୱାରା ସ୍ଲୋଗାନ ଦିଆଯାଇ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ପହଞ୍ଚିଥିଲା।ସପ୍ତାହ ପାଳନ ଅବସରରେ ଗତ ୨୬.୧୦.୨୦୨୬ ରେ ଜିଲ୍ଲାର ସମସ୍ତ ବ୍ଲକ୍,ତହସିଲ,ଜିଲ୍ଲା କାର୍ଯ୍ୟାଳୟ ମାନଙ୍କ ରେ କର୍ମଚାରୀମାନେ ଶପଥ ପାଠ କରିଥିଲେ । ଗତ ୨୭.୧୦.୨୦୨୬ ତାରିଖ ରେ ସମସ୍ତ ଓସ୍ଵନ ହଲ୍ ଠାରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ପାଠ ଓ ଦିବସ ପାଳନ ଉତ୍ସବରେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ସମସ୍ତ ବ୍ଲକରେ ସପ୍ତାହ ବ୍ୟାପି ସଚେତନତା ଗ୍ରାମସଭା,ପ୍ରତିଯୋଗିତା,ସଭା କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା।ଗତ ୨୯.୧୦.୨୦୨୬ ଏବଂ ୩୦ ତାରିଖ ରେ କଲେଜ ଓ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା , ପ୍ରବନ୍ଧ ଓ କାର୍ଟୁନ୍/ କାପ୍ସନ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ପୁରସ୍କୃତ କରିଥିଲେ। ଏହି ଅବସରରେ ରାଷ୍ଟ୍ରିୟ ଏକତା ଦିବସ ର ଶପଥ ପାଠ କରାଯାଇଥିଲା।ଡି ଆଇ ପି ଆର୍ ଓ ମନୋଜ ବେହେରା ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏ ଡି ଏମ ଓ ଡ଼ ନିହାରେନ୍ଦ୍ର ପଣ୍ଡା, ସହ ନିର୍ଦ୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିବେକାନନ୍ଦ ମହାନନ୍ଦ, ଡି ଡି ,ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳେଇ,ଡି ଏସ ଏସ ଓ ଦିନେଶ କୁମାର କହଁର ,ଡି ପି ଇ ଓ ରୂପ ସିଂ ରାଉତ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ସହରର ବୁଦ୍ଧିଜୀବି,ବିଭିନ୍ନ ସ୍କୁଲ କଲେଜ ଛାତ୍ର,ଛାତ୍ରୀ , ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଭିଜିଲାନ୍ସ ବିଭାଗ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।




