ବୁରୁଖାଟରୁ ଗଞ୍ଜାମ ସୀମାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ଯୋଗୁଁ ଜମି ରହିଥିବା ପାହାଡ଼ିଆ ମାଟି ଓ ପଥର ଅଳିଆକୁ ପ୍ରଶାସନ ପକ୍ଷରୁ ସଫା କରାଯାଇଛି। ଏହା ଫଳରେ ଏହି ରାସ୍ତାରେ ପୁଣି ଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।ଲଗାଣ ବର୍ଷା ହେତୁ ରାସ୍ତା ଉପରକୁ ବିରାଟ ପାହାଡ଼ିଆ ଅଳିଆ ଓ ମାଟି ଧସି ଆସିବାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଜେସିବି ସାହାଯ୍ୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତା ସଫା କରିଛନ୍ତି। ବର୍ତ୍ତମାନ ଯାତାୟାତ ସୁରକ୍ଷିତ ଥିବା ସୂଚନା ମିଳିଛି।
ବୁରୁଖାଟ-ଗଞ୍ଜାମ ସୀମା ରାସ୍ତାରୁ ହଟିଲା ପାହାଡ଼ ଅଳିଆ: ଗାଡ଼ି ଚଳାଚଳ ସ୍ୱାଭାବିକ





