ଗଞ୍ଜାମ ପାତ୍ରପୁରରେ ରେକର୍ଡ ଭାଙ୍ଗିଛି ବର୍ଷା’ ପାତ୍ରପୁରରେ ୫୪୬ ମିମି ରେକର୍ଡ ବର୍ଷା ହୋଇଛି I ଗଞ୍ଜାମ, ଗଜପତିର ୭ଟି ବ୍ଲକରେ ଭୀଷଣ ବର୍ଷା ହୋଇଛି l ଗଞ୍ଜାମ, ଗଜପତି ଓ କନ୍ଧମାଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସହ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ ଗଞ୍ଜାମରେ ୩୬୭ ରିଲିଫ୍ କ୍ୟାମ୍ପରେ ୩୯,୬୧୯ ଲୋକ ଅଛନ୍ତି I ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୫ ହଜାର ୬୨୨ ଲୋକ ପ୍ରଭାବିତ I ଗଜପତି ଜିଲ୍ଲାରେ ୨୧ ହଜାର ୭୮୨ ଲୋକ ପ୍ରଭାବିତ I ଗଜପତିରେ ୩୪୦ ରିଲିଫ କ୍ୟାମ୍ପରେ ସୁବିଧା ଦିଆଯାଉଛି I ଗ୍ରାଉଣ୍ଡରେ ପୁନରୁଦ୍ଧାର କାର୍ଯ୍ୟ ଜୋର୍ଦାର୍ ଚାଲିଛି I କ୍ଷତିଗ୍ରସ୍ତ ଜାତୀୟ ଓ ରାଜ୍ୟ ରାଜପଥ କାମ ସମ୍ପୂର୍ଣ୍ଣ ହୋଇଛି I ଆଜି ରାତିସୁଦ୍ଧା ଆସିକାରେ ବିଦ୍ୟୁତ୍ ସଂଯୋଗ ହୋଇଯିବ I ଗଞ୍ଜାମରେ ୮୦ରୁ ୮୫% ବିଦ୍ୟୁତ୍ ଭିତ୍ତିଭୂମି ପୁନଃରୁଦ୍ଧାର ହୋଇଛି I ସବୁ ଗାଁ, ୱାର୍ଡରେ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି I ଛତ୍ରପୁର ଭୀମପୁର ଗାଁରେ ଖାଦ୍ୟ ଏୟାରଡ୍ରପ୍ କରାଯାଉଛି I ରୁଷିକୂଲ୍ୟା ଏବେ ବିପଦ ସଂକେତ ତଳେ ରହିଛି I




