ବିଶିଷ୍ଟ ସମାଜସେବୀ ଶ୍ରୀ ଜଗବନ୍ଧୁ ରାଉତଙ୍କ ସୁପୁତ୍ର ବିକୁ ସହିତ ରଶ୍ମୀ ର ବିବାହ ଉତ୍ସବରେ ଯଗୋଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ

Pradeep Kar

ଆଜି (୨୮/୦୬/୨୦୨୬) ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକର ମୁଣ୍ଡଳୀ ଗ୍ରାମ ଠାରେ ବିଶିଷ୍ଟ ସମାଜସେବୀ ଶ୍ରୀ ଜଗବନ୍ଧୁ ରାଉତଙ୍କ ସୁପୁତ୍ର ବିକୁ ସହିତ ରଶ୍ମୀ ର ବିବାହ ଅଭ୍ୟର୍ଥନା ଉତ୍ସବ ହସ, ଖୁସି ଓ ଆନନ୍ଦର ମନୋଭାବରେ ଅନୁଷ୍ଠିତ ହୋଇଅଛି।ଏହି ଶୁଭ ଅବସରରେ ଉପସ୍ଥିତ ହୋଇ ନବଦମ୍ପତିଙ୍କୁ ହୃଦୟପୂର୍ବକ ଆଶିର୍ବାଦ ଦେଇ, ତାଙ୍କ ଦାମ୍ପତ୍ୟ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କାମନା କରିଥିଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ।ସେଠାରେ ବିଜେଡ଼ି ଭଦ୍ରକ ବ୍ଲକ ସଭାପତି ଶ୍ରୀ ପ୍ରଫୁଲ୍ଲ ନାୟକ, ଯୁବନେତା ଶ୍ରୀ ବିକାଶ ଶ୍ରେଷ୍ଠା ଓ ଅନ୍ୟାନ୍ୟ ସମ୍ମାନନୀୟ ବ୍ୟକ୍ତିବୃନ୍ଦ ଓ ନେତୃମଣ୍ଡଳୀ ଉପସ୍ଥିତ ହୋଇ ଏହି ଖୁସିର ମୁହୂର୍ତ୍ତକୁ ଅଧିକ ସ୍ମରଣୀୟ କରିଥିଲେ। ନବଦମ୍ପତିଙ୍କ ଜୀବନ ସଦା ପ୍ରେମ, ବିଶ୍ୱାସ ଓ ସଫଳତାରେ ଭରି ରହୁ ଏହି ହୃଦୟରୁ ଶୁଭେଚ୍ଛା।

Also Read

Tags