ଭାପୁର ବଜାର ଶ୍ରୀ ଜଗନ୍ନାଥ ମନ୍ଦିର ରେ ଭବ୍ୟ ଦେବ ସ୍ନ।ନ ପୂର୍ଣ୍ଣିମା ଅନୁଷ୍ଠିତ

Pradeep Kar

ବ୍ରହ୍ମପୁର ୨୯/୬/୨୦୨୬ .ସ୍ଥାନୀୟ ଭାପୁର ବଜାର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଭବ୍ୟ ପବିତ୍ର ଦେବସ୍ୱ।ନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା ଭାପୁର ବଜାର ର ୭୦ ବର୍ଷ ର ପୁରୁଣା ଶ୍ରୀ ଜଗନ୍ନାଥ ମନ୍ଦିର ର ଏହି ବର୍ଷ ଭବ୍ୟ ନୂତନ ମନ୍ଦିର ଓ ତିନି ଠାକୁର ଙ୍କ ମୂର୍ତ୍ତି ସ୍ଥାପନ ହେବା ପରେ ଏହି ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସହିତ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ୧୦୮ ପୋଇଡ,ପଞ୍ଚାବୃତ୍ତ,ଗୋଲାପ ଜଳ,ସୁଗନ୍ଧ ଜଳ,ରେ ମନ୍ତ୍ର ପାଠ କରି ମନ୍ଦିର ପୂଜକ ସ୍ନାନ କରିଥିଲେ ଏହି ଆଧ୍ୟାତ୍ମିକ ପରିବେଶ ଓ ଦୁର୍ଲଭ ଦର୍ଶନ ପାଇଁ ଅଂଚଳ ର ଶହ ଶହ ଭକ୍ତ ଉପସ୍ଥିତ ରହି ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ଓ ହୁଳହୁଳି,ଘଣ୍ଟ ଘଣ୍ଟା,ମୃଦଙ୍ଗ,ତାଳ,ତୁରୀ ବାଦନ କରି ପୂଜାର୍ଚ୍ଚନା କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ।ଏହି ଅବସରରେ ମନ୍ଦିର କମିଟି ର ସଭାପତି ଶଙ୍କର ହରି ଓ ପି ଶଙ୍କର ରାଓ,ହରିନାଥ ,ମୂର୍ତ୍ତି ବାବୁ ପ୍ରକାଶ କରିଥିଲେ ଯେ ଏହି ବର୍ଷ ରଥଯାତ୍ରା ରେ ମହାପ୍ରଭୁ ଙ୍କ ନୂତନ ରଥ ନିର୍ମାଣ ସୁପ୍ରସିଦ୍ଧ କାରିଗର ସୁରେନ୍ଦ୍ର ନାଥ ମହାରଣା ଓ ତାଙ୍କ ସାଥି ଙ୍କ ଦିଗଦର୍ଶନ ଓ ନିପୁଣ କାରୁକାର୍ୟ୍ଯ ରେ ସଫଳ ହୋଇଛି ମନ୍ଦିର କମିଟି ର ସମସ୍ତ ସଦସ୍ୟ,ବିଧାୟକ କେ ଅନିଲ କୁମାର,ସ୍ଥାନୀୟ ଅଂଚଳ ବାସି,ଭକ୍ତ ବୃନ୍ଦ ଙ୍କ ଚେଷ୍ଟା ରେ ମହାପ୍ରଭୁ ସମସ୍ତ କାର୍ଯ୍ୟ ସମ୍ପୂର୍ଣ ହେଉଅଛି। ଆଗାମୀ ରଥଯାତ୍ରା ମଧ୍ୟ ମହା ଆଡମ୍ବର ସହିତ ପାଳନ କରାଯିବ।

Also Read

Tags