ବ୍ରହ୍ମପୁର: ସାମାନ୍ୟ ବର୍ଷା ହେଲେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ପରିସରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ଥାନା ପରିସରରେ ପାଣି ଜମି ରହୁଥିବାରୁ ପୋଲିସ କର୍ମଚାରୀ, ଓକିଲ ଏବଂ ସାଧାରଣ ଜନତାଙ୍କ ଯାତାୟାତରେ ଅସୁବିଧା ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ବର୍ଷା ଆରମ୍ଭ ହେଲେ ଥାନା ପରିସର ଜଳମଗ୍ନ ହୋଇପଡ଼ୁଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ମହାନଗର ନିଗମ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ପାଇଁ ତୁରନ୍ତ ପଦକ୍ଷେପ ନିଆଯିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଉପରିସ୍ଥ ଅଧିକାରୀମାନେ ଏହି ସମସ୍ୟା ପ୍ରତି ଧ୍ୟାନ ଦେଲେ ଏହାର ସ୍ଥାୟୀ ସମାଧାନ ସମ୍ଭବ ବୋଲି ସାଧାରଣରେ ଆଲୋଚନା ହେଉଛି।
ସାମାନ୍ୟ ବର୍ଷାରେ ବୁଡ଼ୁଛି ବୈଦ୍ୟନାଥପୁର ଥାନା, ପ୍ରଶାସନର ଦୃଷ୍ଟି ଆକର୍ଷଣ





