ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀ ଙ୍କ ପ୍ରିୟ ଚାଙ୍ଗୁ ବାଦ୍ୟକାର ସିମାଦ୍ରୀ ଘଡ଼େଇ ଙ୍କ ବିୟୋଗ ରେ ଶୋକ ସଭା

Pradeep Kar

ବ୍ରହ୍ମପୁର, ତା ୩୦/୬/୨୪ ମଙ୍ଗଳବାର ଦିନ ବିଶ୍ୱ ପ୍ରସିଦ୍ଧ ମା ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀ ଙ୍କ ପ୍ରିୟ ଚାଙ୍ଗୁ ବାଦ୍ୟକାର ସିମାଦ୍ରି ଘଡ଼େଇ ଙ୍କ ବିୟୋଗ ର ଦ୍ୱାଦଶ କାର୍ଯ୍ୟ ରେ ଏକ ଶୋକସଭା ଓ ସ୍ମୃତିଚାରଣ ପକ୍ଷ ସୀତାଢିମୀରା ସାହି କଲ୍ୟାଣ ମଣ୍ଡପ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ରେ ମା ବ୍ରହ୍ମପୁର ଠାକୁରାଣୀ ଙ୍କ ପାରମ୍ପରିକ ପିତା ଶ୍ରୀ ଦୁର୍ଗା ମାଧବ ଦେଶୀ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍ମୃତିଚାରଣ ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମାଜ ସେବୀ ତଥା ବିଧାୟକ ଙ୍କ ପ୍ରତିନିଧି ଶ୍ରୀ ବଦ୍ରିନାରାୟଣ ଉପସ୍ଥିତ ରହି ସ୍ୱର୍ଗତ ସୀମାଦ୍ରୀ ଘଡ଼େଇ ଙ୍କ ବାଦ୍ୟ ତାଳ ସିଂହରଣ ସୃଷ୍ଟି କରେ ବୋଲି ଉଲ୍ଲେଖ କରିଥିଲେ । ସ୍ୱର୍ଗତ ସୀମାଦ୍ରୀ ଘଡ଼େଇ ଙ୍କ କନିଷ୍ଠ ପୁତ୍ର ଦୁଷ୍ମନ୍ତ ଘଡ଼େଇ ପିତା ଙ୍କ କିର୍ତ୍ତୀ ଉପସ୍ଥାପନ କରିଥିଲେ । ପ୍ରକାଶ ଥାଉ କି ସ୍ୱର୍ଗତ ସୀମାଦ୍ରୀ ଘଡ଼େଇ ୧୯୯୧ ମସିହା ରେ ଆମେରିକା ର ଏକ ସଂଗଠନ ଚୈତନ୍ୟ ଯୋଗୀ ରାଜସ୍ଥାନ ର ଉଦୟପୁର ରେ ଭାରତ ଲୋକ କଳା ମାନଙ୍କର ଏକ ପ୍ରତିଯୋଗିତା ଜାତୀୟ ସ୍ତର ରେ କରାଇଥିଲେ । ଯେଉଁଥିରେ ସୀମାଦ୍ରୀ ଘଡ଼େଇ ତାଙ୍କ ଦଳ ସହ ବିଜୟୀ ହୋଇ କେବଳ ଗଞ୍ଜାମ ନୁହେଁ ସମଗ୍ର ଓଡ଼ିଶା ମାଟି ପାଇଁ ସୁନାମ ଅର୍ଜନ କରିଥିଲେ ଏବଂ ୧୯୮୭ ମସିହା ରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଏକ ରାଜ୍ୟ ସ୍ତରୀୟ କଳାକାର ପ୍ରତିଯୋଗୀତା ରେ ସୀମାଦ୍ରୀ ଘଡ଼େଇ ଓ ତାଙ୍କ ଦଳ ବିଜୟୀ ହୋଇ ବ୍ରହ୍ମପୁର ପାଇଁ ଖ୍ୟାତି ଅର୍ଜନ କରିଥିଲେ ।ମୁଖ୍ୟ ଅତିଥି ଦେଶୀ ବେହେରା ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ କି ସୀମାଦ୍ରୀ ଘଡ଼େଇ ଙ୍କ ଚାଙ୍ଗୁ ବାଦ୍ୟ ମା ଠାକୁରାଣୀ ଙ୍କ ଅତି ପ୍ରିୟ । ଚାଙ୍ଗୁ ବାଦ୍ୟ ବାଜିବା ଦ୍ୱାରା ବ୍ରହ୍ମପୁର ରେ ଜଣା ଯାଏ ଯେ ମା ଙ୍କ ଆଗମନ ର ସମୟ ଉପନୀତ । ସୀମାଦ୍ରୀ ଘଡ଼େଇ ଙ୍କ ଚାଙ୍ଗୁ ବାଦ୍ୟ ପରେ ହିଁ ମା ନଗର ପରିକ୍ରମା ପାଇଁ ଗମନ କରନ୍ତି । ଚାଙ୍ଗୁ ବାଦ୍ୟ ତାଳେ ତାଳେ ମା ଅନ୍ନଗ୍ରହଣ କରନ୍ତି ।ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ର ଉପସଭାପତି ଓ ସମାଜସେବୀ ଚିନ୍ତାମଣି ନାୟକ ସଭା କାର୍ଯ୍ୟ କୁ ପରିଚାଳନା କରିଥିଲେ । ଆପିଲି ଘଡ଼େଇ ,ପଞ୍ଚୁ ଘଡ଼େଇ,ଅନନ୍ତ ଘଡ଼େଇ,ଜ୍ୟୋତି ଘଡ଼େଇ,ରବି ଘଡ଼େଇ,ଲାଲୁପ୍ରସାଦ ବେହେରା ,ଯୋଗେନ୍ଦ୍ର ଘଡ଼େଇ,ବସନ୍ତ ଘଡ଼େଇ ସରୋଜ ନାୟକ ପ୍ରମୁଖ ସହ ହାଡ଼ିକୁଳ ମହାସଂଘ ର ଅନେକ କର୍ମକର୍ତ୍ତା ଗଣ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସୀମାଦ୍ରୀ ଘଡ଼େଇ ଙ୍କ ଜ୍ୟେଷ୍ଠ ନାତି ସମାଜସେବୀ ଓ ଶିକ୍ଷକ ମୁକୁନ୍ଦ ଘଡ଼େଇ ପ୍ରକାଶ କରିଥିଲେ ଯେ ପୁରୁଣା ବ୍ରହ୍ମପୁର ଏକ ସ୍ୱତନ୍ତ୍ର ଅଞ୍ଚଳ ଯେଉଁଠାରେ ମା ମାଳୁଆଣି, ମା କୁଠାରି ଓ ମାଆ କାଳୁଆ ଙ୍କ ଯାତ୍ରା ପ୍ରତିବର୍ଷ ଧୂମ ଧାମରେ ଅନୁଷ୍ଠିତ ହୁଏ , ଯେଉଁଥିରେ ଚାଙ୍ଗୁବାଦ୍ୟ ପ୍ରମୁଖ ସୀମାଦ୍ରୀ ଘଡ଼େଇ ଙ୍କୁ ମୁଖ୍ୟ ଭୂମିକା ଅର୍ଥାତ୍ ପାଟ ବାଇଦିଆ ଆଖ୍ୟା ଦିଆଯାଇଥାଏ । ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗୋମାଙ୍ଗୋ ଚାଙ୍ଗୁ ବାଦ୍ୟ ଥରେ ବଜାଇଥିଲେ । ଗଞ୍ଜାମ ସହ ଓଡ଼ିଶା ର ଅନେକ କୋଣ ଅନୁକୋଣ ରେ ପ୍ରତ୍ୟେକ ଚାଙ୍ଗୁ ବାଦ୍ୟକାର ସ୍ୱର୍ଗତ ସୀମାଦ୍ରୀ ଘଡ଼େଇ ଙ୍କୁ ନିଜର ମହାଗୁରୁ ରୂପେ ଅଭିହିତ କରିଥାନ୍ତି । ସର୍ବ ଶେଷ ରେ ୨ ମିନିଟ୍ ନୀରବ ପ୍ରାର୍ଥନା କରି ଆମର ଆତ୍ମା ର ସଦଗତି କାମନା କରିଥିଲେ । ପରେ ଚନ୍ଦ୍ର ଘଡ଼େଇ, କ୍ରିଷ୍ଣା ଘଡ଼େଇ ,ସୁକାନ୍ତ ଘଡ଼େଇ ଓ ଅମୂଲ୍ୟ ଘଡ଼େଇ ସମସ୍ତଙ୍କୁ ଧନ୍ୟ ବାଦ ଜ୍ଞାପନ କରିଥିଲେ ।

Also Read

Tags