ବ୍ରହ୍ମପୁର, ବିଶ୍ୱକର୍ମା ସେବାସଙ୍ଘ ଗୋସାଇଁନୁଆଁଗାଁ ବ୍ରହ୍ମପୁର ତରଫରୁ ସେବା ମନବୃତ୍ତି ନେଇ ଆଜି ଗୋସାଇଁନୁଆଁଗାଁ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟା ଆଳତି ସମୟରେ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା ସହିତ ଶ୍ରଦ୍ଧାଲାଙ୍କୁ ଥଣ୍ଡା ପିଇବା ପାଣି ଯୋଗାଇ ଡିଯାଇଥିଲା I ଏହି କାର୍ଯ୍ୟ ସେବାସଙ୍ଘର ସଭାପତି ପ୍ରଶାନ୍ତ ମହାରଣଙ୍କ ତତ୍ୱାବଧାନରେ ହେଇଥିବା ବେଳେ ସଙ୍ଘର କାର୍ଯ୍ୟକାରୀ ସଭାପତି ରବି କୁମାର ମହାରଣା,ସମ୍ପାଦକ ସୁନୀଲ ମହାରଣା,ଅଶୋକ ମହାରଣା,କୃଷ୍ମ ମହାରଣା,ଟୁନା ମହାରଣା ଦାମୋଦର ମହାରଣା ସହଯୋଗ କରିଥିବା ବେଳେ,ମୁଠା ସଭ୍ୟ ଶଙ୍କର ମହାରଣା ଓ ବିଜୟ ମହାରଣା ଧର୍ମେନ୍ଦ୍ର ମହାରଣା,ସନ୍ତୋଷ ମହାରଣା ରବି ମହାରଣା ସଙ୍ଘର ସଙ୍ଘଠକ ସମ୍ପାଦକ ଜଗନ୍ନାଥ ମହାରଣା ସମସ୍ତେ ଗୁଣ୍ଡିଚା ମନ୍ଦିର ଚତୃରପାର୍ଶ୍ୱ ସହିତ ସମୁଖ ରାସ୍ତାକୁ ସଫେଇ କରିବା ସହିତ ପ୍ଲାଷ୍ଟିକ ବ୍ୟବହାର ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଉଥିଲେ। ପରିଶେଷରେ ବାବୁ, ଟିକୁ, ପିଙ୍କୁ, ଜିତୁ,ସୁନୀଲ, ସନ୍ତୋଷ ପ୍ରତେକ ଶ୍ରଦ୍ଧାଳୁଙ୍କୁ ଚା ପିଇବାର ବ୍ୟବସ୍ତା କରିଥିଲେ I
ବିଶ୍ୱକର୍ମା ସେବାସଙ୍ଘ ତରଫରୁ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା





