ଥାନାରେ ଜବତ ବାଣ ଗଚ୍ଛିତ ରଖିବାକୁ ନେଇ ଚିନ୍ତା, ଅଘଟଣ ଘଟିଲେ ଦାୟୀ କିଏ

Pradeep Kar

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଥାନାରେ ଜବତ ହୋଇଥିବା ବାଣକୁ ଦୀର୍ଘଦିନ ଧରି ଥାନା ପରିସରରେ ରଖାଯାଉଥିବା ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ସମୟରେ ଚଢ଼ାଉ କରି ପୋଲିସ ଜବତ କରିଥିବା ବାଣଗୁଡ଼ିକୁ ଏପର୍ଯ୍ୟନ୍ତ କାହିଁକି ନିୟମ ଅନୁଯାୟୀ ନିଷ୍କ୍ରିୟ ବା ନଷ୍ଟ କରାଯାଉ ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଥାନା ହେଉଛି ଆଇନଶୃଙ୍ଖଳା ରକ୍ଷା ଓ ଜନସାଧାରଣଙ୍କ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏଭଳି ସ୍ଥାନରେ ବିପଜ୍ଜନକ ବାଣକୁ ଦୀର୍ଘଦିନ ଧରି ଗଚ୍ଛିତ ରଖିବା କେତେଦୂର ସୁରକ୍ଷିତ, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ଯଦି କୌଣସି କାରଣରୁ ଥାନା ପରିସରରେ ଅଗ୍ନିକାଣ୍ଡ କିମ୍ବା ବିସ୍ଫୋରଣ ଭଳି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ତେଣୁ ଜନସାଧାରଣଙ୍କ ସୁରକ୍ଷା ଓ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଜବତ ବାଣଗୁଡ଼ିକୁ ସମ୍ପୃକ୍ତ ବିଶେଷଜ୍ଞ ଓ ଅଧିକୃତ ବିଭାଗର ସହାୟତାରେ ଆଇନଗତ ପ୍ରକ୍ରିୟା ଅନୁସାରେ ଶୀଘ୍ର ନିଷ୍କ୍ରିୟ କରିବାକୁ ସାଧାରଣରେ ଦାବି ହେଉଛି। ଏ ଦିଗରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ଉଚ୍ଚପଦସ୍ଥ ଅଧିକାରୀମାନେ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Also Read

Tags