କହ୍ନେଇପୁର: ଜାତୀୟ ସ୍ତରୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (NEET) ରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ କହ୍ନେଇପୁର ଗ୍ରାମର ମେଧାବୀ ଛାତ୍ର ଭଜନାନନ୍ଦ ନାୟକ। ସେ ଏହି ସଫଳତା ପାଇ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭଜନାନନ୍ଦ ହେଉଛନ୍ତି କହ୍ନେଇପୁର ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀଯୁକ୍ତ ଭରତ ନାୟକ ଏବଂ ଶ୍ରୀମତୀ ଅନୁସୂୟା ନାୟକଙ୍କ କନିଷ୍ଠ ପୁତ୍ର। ସେ ତାଙ୍କର ଏହି ସଫଳତାର ଶ୍ରେୟ ନିଜର କଠିନ ପରିଶ୍ରମ, ଗୁରୁଜନଙ୍କ ଆଶୀର୍ବାଦ ଏବଂ ପିତାମାତାଙ୍କ ପ୍ରେରଣାକୁ ଦେଇଛନ୍ତି। ତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଗ୍ରାମବାସୀ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନେ ତାଙ୍କୁ ଏବଂ ତାଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭଜନା ନନ୍ଦଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
NEET ପରୀକ୍ଷାରେ କୃତିତ୍ୱ: କହ୍ନେଇପୁର ଗ୍ରାମର ଭଜନାନନ୍ଦଙ୍କ ସଫଳତା





