ବ୍ରହ୍ମପୁର, ଆର୍ଯ୍ୟଭଟ୍ଟ ର ୬୮ ଜଣ ରି-ନିଟ ପରୀକ୍ଷା ଦେଇଥିଲା ବେଳେ ମାନସ କୁମାର ନାୟକ ସର୍ବାଧିକ ୬୧୫ ମାର୍କ ରଖିଥିବାବେଳେ ୫୫୦ ମାର୍କ ରୁ ଉର୍ଦ୍ଧ୍ଵ ୧୧ ଜଣ ଓ ୫୦୦ ମାର୍କ ରୁ ଉର୍ଦ୍ଧ୍ଵ ୨୩ ଜଣ ଛାତ୍ର ଛାତ୍ରୀ ରଖିଛନ୍ତି । ପ୍ରତିବର୍ଷ ଭଳି ଆର୍ଯ୍ୟଭଟ୍ଟ ରେ ନିଶୁଳ୍କ ଶିକ୍ଷା ଗ୍ରହଣ କରିଥିବା ଆର୍ଥିକ ଦୁଃର୍ବଳ ଶ୍ରେଣୀର ଛାତ୍ର ଛାତ୍ରୀମାନେ ମଧ୍ୟ କୃତ କାର୍ଯ୍ୟ ହୋଇ ପାରିଛନ୍ତି। ଅନୁଷ୍ଠାନ ମୂଖ୍ୟ ସୁଧିର ରାଉତ ପ୍ରତିକୂଳ ପରିସ୍ଥିତିରେ ଛାତ୍ର ଛାତ୍ରୀ ମାନଙ୍କ ଏହି ପ୍ରଦର୍ଶନ ନେଇ ସନ୍ତେlଷ ପ୍ରକାଶ କରିଛିନ୍ତି । କାରଣ ୨୦୨୪ ପରେ ପୁନଶ୍ଚ ୨୦୨୬ ରେ ପ୍ରଶ୍ନପତ୍ର ଲିକ୍ ପିଲାମାନଙ୍କ ମନୋବଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିଲା । ଅନେକ ପିଲା ମାନସିକ ଭାରସାମ୍ୟ ହରାଇ ସାରିଥିଲେ। ସେଇ ପିଲାମାନଙ୍କ ମନୋବଳ ବଢାଇ ପୁନର୍ବାର ପଢାରେ ମନ ଯୋଗ କରେଇବା ବହୁତ କଠିନ ଥିଲା। ଅନେକ ଭଲ ପ୍ରଦର୍ଶନ କରିଥିବା ପିଲା ଆଉ ପରୀକ୍ଷା ଦେଲେ ନାହିଁ।କର୍ମକର୍ତ୍ତା ତଥା ନିର୍ଦ୍ଦେଶକ ପିଲାମାନଙ୍କୁ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ତାଙ୍କୁ ପଢ଼ା ଟେବୁଲ କୁ ଆଣିଥିଲେ ଓ ତାଙ୍କୁ ପୂନର୍ବାର ପ୍ରସ୍ତୁତି କରେଇଥିଲେ। ଆର୍ଥୀକ ଦୂର୍ବଳ ଶ୍ରେଣୀ ଛାତ୍ରୀ ଲଗ୍ନା ପ୍ରଧାନ ଙ୍କ ମା’ ଆର୍ଯ୍ୟଭଟ୍ଟ ତଥା ରାଉତ ସାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । କାରଣ ଲଗ୍ନାର ପିଲା ଦିନୁ ଦେଖିଥିବା ସ୍ୱପ୍ନ ପୂରଣ ପାଇଁ ଆର୍ଯ୍ୟଭଟ୍ଟ ଯୋଗୁଁ ଆର୍ଥୀକ ପ୍ରତିବନ୍ଧକ ବାଟ ଓଗାଳି ପାରିଲାନାହିଁ। ଆର୍ଯ୍ୟଭଟ୍ଟ ତାଙ୍କୁ ୩ ବର୍ଷ ନିଶୁଳ୍କ ପ୍ରଶିକ୍ଷଣ ଦେବା ସହ ନିରନ୍ତର ସ୍ନେହ ସହ ତାର ମନୋବଳ ବଢ଼ାଇ କୃତ କାର୍ଯ୍ୟ କରାଇଛନ୍ତି । ମାନସ କୁମାର ନାୟକ ତାଙ୍କ ସଫଳତାର ଶ୍ରେୟ ଆର୍ଯ୍ୟଭଟ୍ଟ ରେ ତାଙ୍କ ୨ ବର୍ଷର ଉତ୍ତମ ପ୍ରଶିକ୍ଷଣ ଓ ପିତାମାତାଙ୍କ ଆଶିର୍ବାଦ ସହ ଆର୍ଯ୍ୟଭଟ୍ଟ ଶିକ୍ଷକ ମାନଙ୍କ ନିଷ୍ଠାପର ଶିକ୍ଷାକୁ ଦେଇଛନ୍ତି।
ନିଟ ପରୀକ୍ଷା ରେ ଆର୍ଯ୍ୟଭଟ୍ଟ ବ୍ରହ୍ମପୁରର ଛାତ୍ରଛାତ୍ରୀ ମାନେ ଜବରଦସ୍ତ ସଫଳତା ହାସଲ କରିଛନ୍ତି





