ଜନ୍ମଦିନ ଅବସରରେ ରକ୍ତଦାନ ଶିବିରର ଆୟାଜନ କଲେ ଶିବା ଭାଇ

Pradeep Kar

ବ୍ରହ୍ମପୁର, ୨୪ା୦୭: ଜନ୍ମଦିନକୁ କେବଳ ଉତ୍ସବରେ ସୀମିତ ନ ରଖି ସମାଜସେବାର ମାଧ୍ୟମ କରିଛନ୍ତି ବିଜେପି ଗଞ୍ଜାମ ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ବିଜୟ ପାତ୍ର (ଶିବା)। ତାଙ୍କ ୩୫ତମ ଜନ୍ମଦିନ ଅବସରରେ ଶୁକ୍ରବାର ଚନ୍ଦ୍ରମଣିପେଟା ସାହିରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୬୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।ବ୍ରହ୍ମପୁର ମହାନଗର ନିଗମର ୨୩ ନମ୍ବର ୱାର୍ଡର ବାସିନ୍ଦା ତଥା ବ୍ରହ୍ମପୁର ବିଧାୟକଙ୍କ ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟର ପ୍ରତିନିଧି ବିଜୟ ପାତ୍ର କହିଛନ୍ତି, ରକ୍ତଭଣ୍ଡାରରେ ରକ୍ତର ଅଭାବ ଦୂର କରିବା ଏବଂ ଅସହାୟ ରୋଗୀଙ୍କ ଜୀବନ ରକ୍ଷାରେ ସହଯୋଗ କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଛି। ଜନ୍ମଦିନରେ ଅଯଥା ଖର୍ଚ୍ଚ ନ କରି ସମାଜସେବାମୂଳକ କାର୍ଯ୍ୟରେ ସାମିଲ ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଜନ୍ମଦିନ ଅବସରରେ ରକ୍ତଦାନ, ବୃକ୍ଷରୋପଣ, ପୋଷାକ ଓ ଖାଦ୍ୟ ବଣ୍ଟନ ଭଳି କାର୍ଯ୍ୟକ୍ରମ ଜାରି ରଖିବେ ବୋଲି କହିଛନ୍ତି।ଅତିଥିମାନେ କହିଥିଲେ, ଥାଲାସେମିଆ, ରକ୍ତଶୂନ୍ୟତା, ପୋଡ଼ାଜଳା ଓ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ପାଇଁ ନିୟମିତ ରକ୍ତର ଆବଶ୍ୟକତା ରହୁଥିବାରୁ ଏଭଳି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମାଜ ପାଇଁ ବେଶ୍ ଉପକାରୀ। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ନିୟମିତ ରକ୍ତଦାନ କଲେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଯାଇପାରିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି. ସୋମନାଥ ପାତ୍ରଙ୍କ ସମେତ ଏମ୍. ମଙ୍ଗଳା, ଯୁଧିଷ୍ଠିର ସେଠୀ, ଗଣେଶ ବେହେରା, ଟି. ନବୀନ ରାଓ, କେ. ରମେଶ ପାତ୍ର, ଟି. ଗୋବିନ୍ଦ ରାଜ, କେ. ସତୀଶ ଆଚାରୀ, ହିରେନ୍ ଓ ବି. ସୁବ୍ରମଣ୍ୟମ ପ୍ରମୁଖ ଉପସ୍ଥିତ ରହିଥିଲେ।

Also Read

Tags