ଗୋଷାଣୀ ନୂଆଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ତିନି ଠାକୁର ଙ୍କ ସୁନା ବେଶ

Pradeep Kar

ବ୍ରହ୍ମପୁର, ୨୫/୦୭ ଗୋଷାଣୀ ନୂଆଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶନିବାର ତିନି ଠାକୁର ଙ୍କ ସୁନାବେଶ ଦେଖିବାକୁ ଭକ୍ତ ମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏକାଦଶୀ ସହ ସୁନା ବେଶରେ ଭକ୍ତ ମାନଙ୍କ ଭିଡ ଲାଗି ମନ୍ଦିର ଓ ପୋଲିସ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମନ୍ଦିର ର ମୁଖ୍ୟ ପରିଚାଳକ ପଞ୍ଚାନନ ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଠାରେ ସୁନା ବେଶ୍ ଭଜନ ସମାରୋହ ଆୟୋଜିତ ହୋଇଥିଲା। ଏହି ଭଜନ ସମାରୋହରେ ସଙ୍ଗୀତ ଗୁରୁ ନିଳାଞ୍ଚଳ ବେହେରା ନେତୃତ୍ଵ ନେଇଥିଲେ । ଏଠାରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ବହୁ ଗାୟକ ଗାୟିକା ଜଗନ୍ନାଥ୍ ଙ୍କ ଭଜନ ଗାନ କରି ଖୁସି ଅନୁଭବ କରିଥିଲେ ।ସୂଚନା ଯୋଗ୍ୟ ଦୀର୍ଘ ବର୍ଷ ଧରି ଏଠାରେ ଏପରି ଭଜନ ସମାରୋହ ଆୟୋଜନ କରାଯାଇଥାଏ।

Also Read

Tags