ବ୍ରହ୍ମପୁର ୨୫/୦୭ ଗେଟ ବଜାର ମିତ୍ରା ସାହି ଠାରେ ପ୍ରିୟଙ୍କା ଡ୍ୟାନ୍ସ ଏକାଡେମୀ ରେ ନୃତ୍ୟ ତାଲିମ ଆରମ୍ଭ ହୋଇଛି । ଏକାଡ଼େମୀ ର ମୁଖ୍ୟ ପରିଚାଳିକା ପ୍ରିୟଙ୍କା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ନୃତ୍ୟ ତାଲିମ ଅନୁଷ୍ଠାନ ର ଶୁଭାରମ୍ଭ ଅବସରରେ ଅତିଥି ରୂପେ ଆନ୍ଧ୍ର ମହିଳା ସମାଜମ ର ସଭାନେତ୍ରୀ ମୋନୀଙ୍ଗି. କାମେଶ୍ୱରୀ, ନାଲା ପଦ୍ମଜା, ରୀନା ପାତ୍ର, ମାଧୁରୀ, ଅନ୍ନପୂର୍ଣ୍ଣା, କୁନ୍ଦଳା ସଂତୋଷ ଓ ସୁଦୀପ ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଅନୁଷ୍ଠାନ ତରଫରୁ ରାମବାବୁ, ଅନିତା, ଜ୍ୟୋତି ବାବୁ, ହିର୍ତିକି ପ୍ରମୁଖ କାଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏଠାରେ ବହୁ ବାଳକ, ବାଳିକା ଯୁବତୀ ଓ ମହିଳା ମାନଙ୍କୁ ନୃତ୍ୟ ତାଲିମ ପ୍ରଦାନ କରାଯାଉଥିବା ଯୋଗୁଁ ଅତିଥି ମାନେ ଖୁସି ଅନୁଭବ କରିଥିଲେ । ସୂଚନା ଯୋଗ୍ୟ ପ୍ରିୟଙ୍କା ଓ ଜ୍ୟୋତି ବାବୁ ନୃତ୍ୟ କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିଛନ୍ତି । ନୃତ୍ୟ କାଯ୍ୟକ୍ରମ ଓ ଚଳଚ୍ଚିତ୍ର ରେ ମଧ୍ୟ ନୃତ୍ୟ କରିବା ସହ ତାଲିମ ଦେଇ ସଭିଙ୍କ ମନ୍ ଜିତିଛନ୍ତି ।
ପ୍ରିୟଙ୍କା ଡ୍ୟାନ୍ସ ଏକାଡେମୀ ରେ ନୃତ୍ୟ ତାଲିମ ଆରମ୍ଭ





