ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀର ଫୁଲଟା ପଞ୍ଚାୟତ ଅନ୍ତର୍ଗତ ନୁଆ ଖଜୁରୀଆ ପୁରୁଣା ଖଜୁରୀଆ ଗ୍ରାମରେ ଦୀର୍ଘ ଦିନ ପାଣିର ସଙ୍କଟ ଦେଖାଦେଇଛି। ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଘରକୁ ଘର ଗାଁ କୁ ଗାଁ ପାଣି ଯୋଗାଈବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ନୂଆଁ ଖଜୁରୀଆ ପୁରୁଣା ଖଜୁରୀଆ ଗ୍ରାମରେ ଦୀର୍ଘ ୧୨/୧୩ ଦିନ ହେଲା ପାଣିର ସଙ୍କଟ ଦେଖାଦେଇଛି। ସ୍ଥାନୀୟ ଗ୍ରାମବାସୀ ବୁନ୍ଦାଏ ପିଈବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ରଘୁନାଥ ନଗର,ରାମ ନଗର,କେଶବ ନଗର,ଖୁଣ୍ଟିଆ ସାହି ରେ ରହୁଥିବା ବାସିନ୍ଦା ପିଈବା ପାଣି ର ସମସ୍ୟା କୁ ନେଈ ଲିଖିତ ମୈ।ଖିକ ଭାବେ ଜଳ ବିଭାଗ କୁ ବାରମ୍ବାର ଜଣେଈଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଈ ନାହିଁ ।ପାଣିର ସମସ୍ୟା ପାଇଁ ଛୋଟ ଛୋଟ ପିଲା, ଗର୍ଭବତୀ ମହିଳା ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହାର ତୁରନ୍ତ ସମାଧାନ କରିବାକୁ ଗ୍ରାମ ବସି ଙ୍କ ଦାବୀ I




