ଭୁବନେଶ୍ୱର, 26-07-2026 ପକ୍ଷୀଘର ପ୍ରକାଶନୀ ଓ ଜହ୍ନରାତି ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ସ୍ଥାନୀୟ ଶୀତଳ ହୋଟେଲ ପ୍ରେକ୍ଷାଳୟ ରେ ବିଶିଷ୍ଟ ଔପନ୍ୟାସିକ ପଦ୍ମଜ ପାଳ ଙ୍କ ସଭାପତିତ୍ୱ ରେ ପ୍ରଖ୍ୟାତ ଗାଳ୍ପିକ ପ୍ରଫେସର ଆଦିକନ୍ଦ ସାହୁଙ୍କର ତିନୋଟି ପୁସ୍ତକ ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଆଦିକନ୍ଦ ସାହୁଙ୍କ ଦୁଇଟି ଗଳ୍ପ ସମଗ୍ର ଓ ବଛା ବଛା ଗପ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଉଦଘାଟକ ଭାବେ ଯୋଗଦେଇ ବିଶିଷ୍ଟ ଔପନ୍ୟାସିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ବକ୍ତବ୍ୟରେ କହିଥିଲେ ଜଣେ ଦାର୍ଶନିକ ଭାବେ ଆଦିକନ୍ଦ ବାବୁ ଯେତିକି ବିକ୍ଷ୍ୟାତ ଜଣେ କଥାଶିଳ୍ପୀ ଭାବେ ସେତିକି ସେତିକି ଦରଦୀ, ପ୍ରେମ କୁ ଏକ ଅଦ୍ଭୁତ ରୁପାଦେବାରେ ସେ ସେତିକି ସଫଳ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପ୍ରଫେସର ମଣିନ୍ଦ୍ର କୁମାର ମେହେର ଜଣେ ଅସ୍ତିତ୍ବ ବାଦର ସଫଳ ରୂପକାର ବୋଲି ବକ୍ତବ୍ୟରେ କହିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ଜ୍ଞାନୀ ଦେବାଶିଷ ମିଶ୍ର ଆଦିକନ୍ଦ ସାହୁ ଙ୍କ ଗଳ୍ପ ଉପରେ ଆଲୋଚନା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କବି ତଥା କେନ୍ଦ୍ର ସାହିତ୍ୟ ଆକାଦେମିର ସଦସ୍ୟ ଅରୁଣ କୁମାର ସାହୁ ପୁସ୍ତକ ର ଆଲୋଚନା କରିଥିଲେ.ପକ୍ଷୀଘର ପ୍ରକାଶିକା ବବିତା ଦାଶ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଜହ୍ନ ରାତି ସାହିତ୍ୟ ସଂସଦର ସମ୍ପାଦିକା ଚିନ୍ମୟୀ ଷଡ଼ଙ୍ଗୀ। କାର୍ଯ୍ୟକ୍ରମକୁ ସଂଚଳନ କରିଥିଲେ ପକ୍ଷୀଘର ପ୍ରକାଶନୀ ର ମୁଖ୍ୟ ବନୋଜ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ସାଗରୀକା।
ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଆଦିକନ୍ଦ ସାହୁଙ୍କ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ





