ଜୁଲାଇ ୨୯ ରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ,ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଣ୍ଢେଇ ମେଳା

Pradeep Kar

ବ୍ରହ୍ମପୁର, ୨୮/୦୭ ; ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ଜୁଲାଇ ,୨୯ ତାରିଖ ବୁଧବାର ଖାସ୍ପାସାହି ଠାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ଅନୁଷ୍ଠିତ ହେବ । ଏଥି ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ନିଆଯାଇଛି । ସଭାପତି ସୂଯ୍ୟନାରାୟଣ ଦାସ ଓ ସାଧାରଣ ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଢେଇ ଯାତ୍ରା ନେଇ ଦ୍ୱିତୀୟ ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି । ଏହି ଯାତ୍ରାରେ ସମସ୍ତ କାଯ୍ୟ ସୁଚାରୁ ରୂପେ ପରିଚାଳିତ ହେବ ସେଥିନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। । ସାଂସ୍କୃତିକ ସଂପାଦକ ସୁଦୀପ କୁମାର୍ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ସ୍ଥାନୀୟ କଳାକାର ମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଇଛି ବୋଲି କହିଥିଲେ । ସେହି ପରୀ ସାହିତ୍ୟ ଆସର ଆୟୋଜନ ନେଇ ଅନୁରୂପ ଆଲୋଚନା ହୋଇଥିଲା । ବିଳମ୍ବିତ ରାତ୍ରରେ ଭଜନ ସମାରୋହ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ବୈଠକ ରେ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ, ସାଂସଦ , ଜିଲ୍ଲା ବିଜେପି ସଭାପତି ଓ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇଛି ବୋଲି ସଭାପତି ଦାସ କହିଛନ୍ତି । ସାହିତ୍ୟ ଆସର ଅପରାହ୍ନ ୪.୩୦ ଟା ରୁ ୬.୩୦ , ଲୋକ କଳା ପରିବେଷଣ ୬.୩୦ ରୁ ୭.୩୦, ସଭା ସନ୍ଧ୍ୟା ୭.୩୦ ରୁ ୮.୪୫, ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ସଂଧ୍ୟା ୮.୪୫ରୁ ରାତ୍ର ୧୦.୩୦ ପଯ୍ୟନ୍ତ ଆୟୋଜିତ କରାଯିବା ସହ ରାତ୍ର ୧୦.୩୦ଟା ରୁ ୨.୩୦ ଯାଏଁ ଭଜନ ସମାରୋହ ଅନୁଷ୍ଠିତ ହେବ । ଅତିଥି ମାନଙ୍କୁ ନେଇ ସଭା ସହ ସମ୍ୱର୍ଦ୍ଧନା ପର୍ବ ଆୟୋଜିତ ହେବ । ସୂଚନା ଯୋଗ୍ୟ ଦୀର୍ଘ୍ ୨୫୦ ବର୍ଷ ଧରି ଖାସ୍ପା ସାହି ଠାରେ କଣ୍ଢେଇ ଯାତ୍ରା ଆୟୋଜିତ ହୋଇଥାଏ । ମାଟି, ଚିନି, ପ୍ଲାଷ୍ଟିକ ରେ ତିଆରି ହୋଇଥିବା ବିଭିନ୍ନ କଣ୍ଢେଇ ବିକ୍ରି କରାଯାଇଥାଏ । ସାନ ଜଗନ୍ନାଥ,ବଡ ଜଗନ୍ନାଥ, , ମା ବୁଢୀ ଠାକୁରାଣୀ ଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ସଜ୍ଜିତ କରାଯାଇ ସ୍ବତନ୍ତ୍ର ପୂଜା କରାଯାଇଥାଏ। ଏହି ଯାତ୍ରାରେ ପ୍ରବଳ ଭିଡ଼ ହୋଇଥାଏ । ଏଥି ଲାଗି ବଡ ବଜାର ଥାନା ପୋଲିସ ,ମହାନଗର ନିଗମ , ଜିଲ୍ଲାପ୍ରଶାସନ ତରଫରୁ ସହଯୋଗ ମିଳିଥାଏ।

Also Read

Tags