ଲାଂଜିପଲ୍ଲୀ ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ଗୁରୁ ପୂର୍ଣିମା ପାଳିତ

Pradeep Kar

ବ୍ରହ୍ମପୁର,ତା ୨୯-୭-୨୬ ସ୍ଥାନୀୟ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ଅଦ୍ୟ ପୂର୍ବାହ୍ଣରେ ଗୁରୁ ପୂର୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ପ୍ରାରମ୍ଭରେ କେନ୍ଦ୍ରର ପ୍ରତିଷ୍ଠାତା ବ୍ୟାୟାମ ଗୁରୁ ଦିବଂଗତ ଶ୍ରୀ ଲକ୍ଷ୍ମୀକାନ୍ତ ସତପଥୀଙ୍କ ଫୋଟଚିତ୍ରକୁ ପୂଜାର୍ଚ୍ଚନା କରିବାପରେ କେନ୍ଦ୍ରର ଯୋଗ ଗୁରୁ ଶ୍ରୀ ବିଭୂତି ଭୂଷଣ ବେହେରା, ବ୍ୟାୟାମ ଗୁରୁ ଶ୍ରୀ ଶିବରାମ ପାଣିଗ୍ରାହି ଏବଂ ହସ ଗୁରୁ ଶ୍ରୀ ସୁଜନ ଶୁକ୍ଳଙ୍କୁ ଯଥାରୀତି ଫୁଲ,ଚଂଦନ,ଉତ୍ତରୀୟ, ପୁଷ୍ପଗୁଚ୍ଛାଦି ପ୍ରଦାନ ପୂର୍ବକ ସଂବର୍ଦ୍ଧିତ କରା ଯାଇଥିଲା। ମଂଚ ସଭାପତି ଶ୍ରୀ ବିଶ୍ବନାଥ ପାଢ଼ି, ଉପଦେଷ୍ଠା ଦ୍ବୟ ପ୍ରଫେସର ଭାସ୍କର ପାଢ଼ୀ ଓ ଶ୍ରୀ କେ କ୍ରୀଷ୍ଣା ରାଓ, ସଂପାଦକ ଶ୍ରୀ ଶାନ୍ତନୁ କୁମାର ମିଶ୍ର, ଉପ ସଭାପତି ପ୍ରଫେସର ଅରୁଣ କୁମାର ପଣ୍ତା, ଏବଂ ସହ ସଂପାଦକ ପ୍ରଫେସର ସୁଦର୍ଶନ ଦାସ ମଂଚ ପରିଚାଳନା କରିଥିଲେ । ସଭାପତି ଶ୍ରୀ ପାଢ଼ି, ଉପଦେଷ୍ଠା ପ୍ରଫେସର ପାଢ଼ୀ, ମଂଚର ସଦସ୍ୟ ଶ୍ରୀ ପଦ୍ମ ଚରଣ ଦାସ, ଶ୍ରୀ କୁମୁଦ ଚନ୍ଦ୍ର ବେହେରା ପ୍ରମୁଖ ଗୁରୁ ପୂର୍ଣ୍ଣମୀର ମହତ୍ତ୍ବ ଓ ପରଂପରା ଉପରେ ସ୍ବ ସ୍ବ ବକ୍ତବ୍ୟ ଦେଇଥିଲେ ।ପରିଶେଷରେ ଉପସଭାପତି ପ୍ରଫେସର ପଣ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ସର୍ବଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, କଂଗ୍ରେସ ସାହୁ, ଦୟାନିଧି ପ୍ରଧାନ, ଅଭିମନ୍ୟୁ ମହାରଣା, ଜଗନ୍ନାଥ ଦାସ, ସନ୍ତୋଷ ସାହୁ, ଦେବେନ୍ଦ୍ର କୁମାର ଆଚାର୍ଯ୍ଯ, ପ୍ରଫେସର ପ୍ରଶାନ୍ତ କୁମାର ଆଚାର୍ଯ୍ଯ, ଶ୍ୟାମ ମୋହନ ପଟ୍ଟନାୟକ, ଚିତ୍ତ ରଂଜନ ସାହୁ, ହରିବଂଧୁ ବେହେରା, ଏ ମାଧବ ରାଓ, ଉମା ଚରଣ ଦାସଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ମିଷ୍ଠାନ୍ନରେ ଆପ୍ଯାୟିତ କରା ଯାଇଥିଲା ।

Also Read

Tags