କମଳାକାନ୍ତ ଗୁରୁକୁଳମ ଆଶ୍ରମ ରେ ଗୁରୁପୂର୍ଣ୍ଣିମା ପାଳିତ

Pradeep Kar

ବ୍ରହ୍ମପୁର, ସ୍ଥାନୀୟ ବାସୁଦେବନଗରସ୍ଥିତ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅବସ୍ଥିତ କମଳାକାନ୍ତ ଗୁରୁକୁଳମ ଆଶ୍ରମ ପରିସରରେ ମହାଡମ୍ବରରେ ଆଷାଢ଼ ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି। ଆଶ୍ରମ ର ପ୍ରତିଷ୍ଠାତା ଶ୍ରୀ ମହନ୍ତ କମଳାକାନ୍ତ ଦାଶ ମହାରାଜ ଏବଂ କଞ୍ଚୁଡୁ ମଠ ର ମଠା ଧୀଶ ମହନ୍ତ ହରିହର ଦାଶ ମହାରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗୁରୁପୂର୍ଣ୍ଣିମା ର ମହତ୍ୱ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତି ଏବଂ ପରମ୍ପରା ରେ ଗୁରୁର ସ୍ଥାନ ସର୍ବୋଚ୍ଚ ରେ ରହିଥାଏ ତେଣୁ ଗୁରୁଙ୍କୁ ସବୁବେଳ ସମ୍ମାନ ଦେବା ଆମ୍ଭ ମାନଙ୍କର ପରମ ଧର୍ମ ବୋଲି କହିଥିଲେ। ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି ର ଷଷ୍ଠ ବାର୍ଷିକ ଉତ୍ସବ ରେ ଆଜି ଗୁରୁପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି ତେଣୁ ଏହା ଗୌରବ ର ଦିନ ବୋଲି ଡ଼ ହରିହର ଦାଶ ମହାରାଜ କହିଥିଲେ। ସାରା ଭାରତରେ ସନାତନ ଧର୍ମ ର ପ୍ରଚାରପ୍ରସାର କରିବା କମଳାକାନ୍ତ ଗୁରୁକୁଳମ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗୁରୁକୁଳମ ର ପ୍ରତିଷ୍ଠାତା କହିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଶିଶୁମାନଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହର୍ଷି ବ୍ୟାସଦେବ ଙ୍କ ଜୀବନୀ ଉପରେ ଶିଶୁ ମାନେ ବତ୍କୃତା ପ୍ରଦାନ କରିଥିଲେ। ବିଦ୍ୟାଳୟ ର ସମ୍ପାଦିକା ଉଷାରାଣୀ ତ୍ରିପାଠୀ ଏହି ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଆଚାର୍ଯ୍ୟ ଅମୀୟ ରଥ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ବିଶୋଇ, ରଂଜିତ ଖାଡ଼ଙ୍ଗା, ସତ୍ୟନାରାୟଣ ଦାଶ, ସାଇ ନାରାୟଣ ସାହୁ, ସରୋଜିନୀ ଦେବୀ, ଶିବ ସାହୁ, ଗୀତାଞ୍ଜଳି ପଣ୍ଡା, ତୁଳସୀ ପଟ୍ଟନାୟକ, ହୃଷିକେଶ ପାହାଡି ପ୍ରମୁଖ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରଧାନଚାଯ୍ୟା ସୁକାନ୍ତି ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

Also Read

Tags