ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା , କଣ୍ଢେଇ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଲେ ବ୍ରହ୍ମପୁର ବାସୀ

Pradeep Kar

ବ୍ରହ୍ମପୁର, ୨୯/୦୭ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ବୁଧବାର ସଂଧ୍ୟାରେ ଖାସ୍ପାସାହି ଓ ଜଉରା ସାହି ଠାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ସଭାପତି ସୂଯ୍ୟନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସାଧାରଣ ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଢେଇ ଯାତ୍ରା ର ପରମ୍ପରା ସଂପର୍କ ରେ ସୂଚନା ଦେଇଥିଲେ ।ସାଂସ୍କୃତିକ ସଂପାଦକ ସୁଦୀପ କୁମାର୍ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଶ୍ମିତା ଦଳାଇ ସଂଯୋଜନା କରିଥିଲେ । ସେହି ପରୀ ସାହିତ୍ୟ ଆସର ଆୟୋଜନ କରା ଯାଇଥିଲା । ସାରସ୍ବତ କବିତା ପାଠୋତ୍ସବ ରେ ଉଦଘାଟକ ରୂପେ କଣ୍ଢେଇ ଯାତ୍ରା ସଭାପତି ସୂର୍ଯ୍ୟନାରାୟଣ ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ବରିଷ୍ଠ କବି ଶୁଶାନ୍ତ ଦାସ, ମୁଖ୍ୟ ବକ୍ତା ଭାବେ ଗବେଷକ ଡ ଅନନ୍ତ ରାମ କର କୌଣ୍ଡନ୍ୟ, ସମ୍ମାନୀତ ବକ୍ତା ଭାବେ କବି ଗୋକୁଳାନନ୍ଦ ତ୍ରୀପାଠୀ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସଂଯୋଜନାରେ କବି ରତ୍ନାକର ସିୟ ଓ ସଭାମୁଖ୍ୟ ଭାବେ ଯୁବ କବି ସୁନୀଲ କୁମାର୍ ପ୍ରଧାନ ଙ୍କ ସମେତ ବହୁ କବି ଓ କବୟିତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ ।ବିଳମ୍ବିତ ରାତ୍ରରେ ଭଜନ ସମାରୋହ ହୋଇଥିଲା।ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭାରେ ରେ ମୁଖ୍ୟ ଅତିଥି ରୂପେ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ , ବିଜେପି ନେତା ତୁତୁନ ପାତ୍ର, ପ୍ରଶାନ୍ତ କୁମାର ଗଣ୍ଠିଆ, ଆତ୍ରବନ୍ଧୁ ପୃଷ୍ଟି, ଦେବିଦତ୍ତ ମହନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ସ୍ମରଣିକା ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା । ନାରାୟଣ ମହାକୁଡ, ପତିତପାବନ୍ ଗନ୍ତାୟତ, ଉମାଶଙ୍କର ପାତ୍ର, ହେମନ୍ତ କୁମାର ପାତ୍ର, ବିଚିତ୍ର ସାହୁ, ସୁରେଶ କୁମାର ବେହେରା, ସୁକାନ୍ତ କୁମାର ପଣ୍ତା, ସୁନିର ବିଶ୍ୱାସ, ବଦ୍ରିନାଥ ସାବତ, ସୁରେନ୍ଦ୍ର କୁମାର ସେନାପତି ଙ୍କ ବହୁ କର୍ମକର୍ତା କାଯ୍ୟକ୍ରମ ରେ ସହଯୋଗ କରିଥିଲେ । ସମସ୍ତ ସାମ୍ୱାଦିକ ମାନଙ୍କୁ କମିଟି ତରଫରୁ ଏଠାରେ ସମ୍ମାନୀତ କରା ଯାଇଥିଲା। କଳାକାର ମାନଙ୍କୁ ମଧ୍ଯ ସମ୍ମାନିତ କରାଯାଇଥିଲା ।ସୂଚନା ଯୋଗ୍ୟ ଦୀର୍ଘ୍ ୨୫୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ଏପରି କଣ୍ଢେଇ ଯାତ୍ରା ଆୟୋଜିତ ହୋଇଆସୁଛି । ବହୁ ଜନସାଧାରଣ ଓ ଦର୍ଶକ ଯାତ୍ରାରେ ମାଟି, ଚିନି, ପ୍ଲାଷ୍ଟିକ ରେ ତିଆରି ହୋଇଥିବା ବିଭିନ୍ନ କଣ୍ଢେଇ ବିକ୍ରି କରିବା ସହ ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ସାନ ଜଗନ୍ନାଥ,ବଡ ଜଗନ୍ନାଥ, , ମା ବୁଢୀ ଠାକୁରାଣୀ ଙ୍କ ଅନ୍ନପୂର୍ଣ୍ଣା ବେଶ୍ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ଏହି ଅବସରରେ ପୁଷ୍ପ ରେ ସଜ୍ଜିତ କରାଯାଇ ସ୍ବତନ୍ତ୍ର ପୂଜା କରାଯାଇଥିଲା । ଏହି ଯାତ୍ରାରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପି ଡ ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶ କ୍ରମେ ବଡ ବଜାର ଥାନା ପୋଲିସ ,ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆ ଯାଇଥିଲା। ମହାନଗର ନିଗମ ଓ ଜିଲ୍ଲାପ୍ରଶାସନ ତରଫରୁ ମଧ୍ୟ ସହଯୋଗ ମିଳିଥିଲା ।

Also Read

Tags